ଏହି କମ୍ପାନୀରେ ଚାଲିଛି ବଡ଼ ଛଟେଇ ପ୍ରସ୍ତୁତି, ୧୨ ହଜାର କର୍ମଚାରୀଙ୍କ ଯାଇପାରେ ଚାକିରି

ନୂଆଦିଲ୍ଲୀ : ବିଶ୍ୱ ସ୍ତରରେ ଦେଖାଯାଇଥିବା ମାନ୍ଦା ପରିସ୍ଥିତିକୁ ଲକ୍ଷ୍ୟ କରି ବହୁତ ବଡ଼ ବଡ଼ କମ୍ପାନୀମାନେ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନୂଆ ନିଯୁକ୍ତି ଉପରେ ତ ଫୁଲ ଷ୍ଟପ ଲାଗି ସାରିଛି । ଏବେ ଏହି ତାଲିକାରେ ଏକ ବଡ଼ କମ୍ପାନୀ ସାମିଲ ହେବାକୁ ଯାଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ (Facebook)ର ପାରେଣ୍ଟ କମ୍ପାନୀ ମେଟା(META) କୁ ନେଇ ଖବର ମିଳିଛି ଯେ ଏହାର ହଜାର ହଜାର କର୍ମଚାରୀଙ୍କୁ ବାହାର କରିଦିଆଯିବ ।

୧୫ ପ୍ରତିଶତ କାମ ହ୍ରାସ କରାଯିବ

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମାର୍କ ଜୁକରବର୍ଗ ନେତୃତ୍ୱ ବାଲି ଫେସବୁକର ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବାର ତାଲିକା ବାହାରିଛି । ଏହି କର୍ମଚାରୀ କମ୍ପାନୀର ମୋଟ କର୍ମଚାରୀଙ୍କ ୧୫ ପ୍ରତିଶତ । ମେଟା ସିଇଓ କିଛି ଦିନ ତଳେ ନୂତନ ନିଯୁକ୍ତି ବନ୍ଦ ନେଇ ଘୋଷଣା କରିଥିଲେ ।

କିଛି ସପ୍ତାହ ମଧ୍ୟରେ ହୋଇପାରେ ଛଟେଇ

ରିପୋର୍ଟ ଅନୁସାରେ ଫେସବୁକରେ ବଡ଼ ଛଟେଇ ହୋଇପାରେ । କୁହାଯାଉଛି ଫେସବୁକର ମୂଳ କମ୍ପାନୀ ମେଟା ବର୍ତ୍ତମାନ ଆର୍ଥିକ ସଂକଟରେ । ଏହାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କୁ ଛଟେଇ କରାଯିବାର ଘୋଷଣା କରାଯାଇଛି ।

ମେଟାର ସେୟାର ୬୦ ପ୍ରତିଶତ ତଳକୁ ଖସିଛି

ମେଟାର ସେୟାର ଲଗାତାର ତଳକୁ ଖସିବାରେ ଲାଗିଛି । ଗତ ବର୍ଷ ତୁଳନାରେ ନିଜର ୩୮୦ ଡଲାର ପ୍ରତି ସେୟାରରେ ୬୦ ପ୍ରତିଶତ ତଳକୁ ଖସିଛି । ମାନ୍ଦା ଆର୍ଥିକ ଅବସ୍ଥାକୁ ଲକ୍ଷ୍ୟ କରି ଆଉ ଏକ ବଡ଼ କମ୍ପାନୀ ଚୀନର ଅଲିବାବା ମଧ୍ୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.