Below header

ମାଲକାନଗିରି: ପାଟିରୁ ବାହାରି ପଡିଥିବା ଆପତ୍ତିଜନକ ଶବ୍ଦ ପାଇଁ ଫାର୍ମାସିଷ୍ଟ ହେବେ ଟ୍ରାନ୍ସଫର୍, ଭିଡ଼ିଓ ଭାଇରାଲ ପରେ ମାଗିଥିଲେ କ୍ଷମା

ମାଲକାନଗିରି(କେନ୍ୟୁଜ୍):ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ଯବହାର । ମାଲକାନାଗିରି ମୁଖ୍ଯ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି । ଅଶ୍ରାବ୍ଯ ଭାଷାରେ ଗାଳି କରି ଦୁର୍ବ୍ଯବହାର କରିଛନ୍ତି ଡାକ୍ତରଖାନାର ଜଣେ ମହିଳା ଫାର୍ମାସିଷ୍ଟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦାଦାଗିରି ଭିଡିଓ ଭାଇରାଲ ମାଲକାନଗିରି ମ୍ଯୁନିସିପାଲିଟିର ପୂର୍ବତନ କାଉନ୍ସିଲର ବାଲାରାଜୁ ଜଣେ ସମ୍ପର୍କୀୟ ସହ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ତାଙ୍କର କୌଣସି କାରଣରୁ ମହିଳା ଫାର୍ମାସିଷ୍ଟଙ୍କ ସହିତ ବଚସା ହୋଇଥିଲା । ହଠାତ୍ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ରାଗି ଯାଇ ତାଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ବାଲାରାଜୁ ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗ ପରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ଅଧିକ ରାଗିଯାଇଥିଲେ । ଉଭୟଙ୍କ ମଧ୍ୟରେ ଡାକ୍ତରଖାନାରେ ବଚସା ହୋଇଥିଲା । ପରେ ଫାର୍ମାସିଷ୍ଟ ଜଣକ ବାଲାରାଜୁଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ବ୍ଯବହାର କରିଥିଲେ। ତେବେ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦୁର୍ବ୍ଯବହାର ପରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବି କରାଯାଇଛି ।

ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦୁର୍ବ୍ଯବହାର ସମୟରେ ଉପସ୍ଥିତ ଥିବା ଲୋକମାନେ ତାଙ୍କର ଏଭଳି ବ୍ଯବହାରକୁ ନାପସନ୍ଦ କରିଛନ୍ତି । ସେମାନେ କହିଥିଲେ ଏଭଳି ଶିକ୍ଷିତ ଲୋକଙ୍କଠାରୁ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ଦୁର୍ବ୍ଯବହାର ଆଦୌ ଗ୍ରହଣଯୋଗ୍ଯ ନୁହେଁ । ରୋଗୀ ହୁଅନ୍ତୁ ବା ସେମାନଙ୍କ ସମ୍ପର୍କୀୟ, ସେମାନେ ତାଙ୍କ ସୁବିଧା ଅସୁବିଧାରେ ଡାକ୍ତରଖାନାରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ପରାମର୍ଶ ନେଇଥାନ୍ତି । ହେଲେ ଯଦି ସ୍ୱସ୍ଥ୍ୟକର୍ମୀମାନେ ଏଭଳି ଦୁର୍ବ୍ଯବହାର କରିବେ ତାହେଲେ ଲୋକମାନେ କାହାଠାରୁ ପରାମର୍ଶ ନେବେ ବୋଲି ପ୍ରଶ୍ନ କରିଛନ୍ତି ଜନ ସାଧାରଣ । ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ଦୁର୍ବ୍ଯବହାର କରିଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ମହିଳା କର୍ମଚାରୀଙ୍କ ଦୁର୍ବ୍ଯବହାର ସମୟରେ ଉପସ୍ଥିତ ଥିବା ଲୋକମାନେ ତାଙ୍କର ଏଭଳି ବ୍ଯବହାରକୁ ନାପସନ୍ଦ କରିଛନ୍ତି ।  ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ଦୁର୍ବ୍ଯବହାର କରିଥିବା ମହିଳା କର୍ମଚାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରାଯାଇଛି ।ସେପଟେ ମହିଳା କର୍ମଚାରୀ କହିଛନ୍ତି ଯେ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଦୁର୍ବ୍ଯବହାର କରିଥିବାରୁ ସେ ମଧ୍ୟ ଗାଳି କରିଥିବା କହିଛନ୍ତି।ତେବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ହସ୍ତକ୍ଷେପ ପରେ ମହିଳା କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବା ପାଇଁ CDMOଙ୍କୁ କହିଥିଲେ।ତେବେ ଘଟଣାର ତଦନ୍ତ ପରେ କାର୍ଯ୍ଯାନୁଷ୍ଠାନ ନେବାପାଇଁ CDMO ପ୍ରତିଶୃତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.