Below header

ଦୀପାବଳି ପୂର୍ବରୁ ମିଳିବ ପ୍ରଧାନମନ୍ତ୍ରୀ କିସାନ ନିଧି କିସ୍ତି, କୃଷକଙ୍କ ଖାତାରେ ପଠାଯିବ ୨୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ କୃଷକଙ୍କୁ ପିଏମ୍‌ କିସାନ ସମ୍ମାନ ନିଧିର ୧୨ ତମ କିସ୍ତି ମିଳିବା ନେଇ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ଅକ୍ଟୋବରରେ ପୁସା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ ଆୟୋଜିତ ସମାରୋହରେ ଏହି କିସ୍ତି ଜାରି କରିବେ ।

ପ୍ରଧାନମନ୍ତ୍ରୀ ଦୁଇ ଦିବସୀୟ ରାଷ୍ଟ୍ରୀୟ ଏଗ୍ରୀ ଷ୍ଟାର୍ଟଅପ୍‌ କନକ୍ଲେଭ ଓ କୃଷକ ସମ୍ମିଳନୀ ଉଦ୍‌ଘାଟନ କରିବା ପରେ ଦେଶର କୃଷକଙ୍କୁ ସମ୍ବୋଧିତ କରିବେ । ସମ୍ମିଳନୀକୁ ସାରା ଦେଶରୁ ଉନ୍ନତ କରିଥିବା କୃଷକଙ୍କୁ ଆମନ୍ତ୍ରଣ କରାଯାଇଛି ।

ଦୀପାବଳି ପୂର୍ବରୁ କୃଷକଙ୍କୁ ଦିଆଯିବ ଉପହାର :

ଦୀପାବଳୀ ପୂର୍ବରୁ କୃଷକଙ୍କୁ ପିଏମ କିସାନ ନିଧିର ଦୁଇ ହଜାର ଟଙ୍କାର ୧୨ ତମ କିସ୍ତି ମଳିବ । ଏଥର ପ୍ରାୟ ୧୦ କୋଟିରୁ ଅଧିକ କୃଷକଙ୍କ ଖାତାରେ ୨୦ ହଜାର ଟଙ୍କା ପହଞ୍ଚାଇ ଦିଆଯିବ ବୋଲି ଜଣାଯାଇଛି । ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ଦେଶର ୧୧.୩୦ କୋଟି କୃଷକଙ୍କୁ ୧୧ କିସ୍ତିରେ ୨.୧୦ ଲକ୍ଷ କୋଟି ଟଙ୍କା ଦେଇ ସାରିଲେଣି ।

ଏହି ଥର କିସ୍ତି ଦେବା ପୂର୍ବରୁ କୃଷି ମନ୍ତ୍ରଣାଳୟ ସବୁ ରାଜ୍ୟକୁ କୃଷକଙ୍କ ସମ୍ପର୍କରେ ଯାଞ୍ଚ କରି ରିପୋର୍ଟ ଦେବାକୁ ନର୍ଦ୍ଦେଶ ଦେଇଛି । ଯାହାଙ୍କ ବ୍ୟାଙ୍କ ଖାତା, ଆଧାର ନମ୍ବର ଓ ଜମିର ରେକର୍ଡ ଆଦି ନିର୍ଦ୍ଦାରିତ ମାନକ ପୁରଣ ହୋଇ ନଥିବ ସେମାନଙ୍କ କିସ୍ତି ବନ୍ଦ କରିଦିଆଯିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.