ଜାତୀୟ କ୍ରୀଡ଼ା ବିଚ୍‌ ଭଲିବଲ୍‌ରେ ଓଡ଼ିଶାକୁ ପ୍ରଥମ ପଦକ, ବ୍ରୋଞ୍ଜ ଜିତିଲା ଓଡ଼ିଶା ମହିଳା ବିଚ୍‌ ଭଲିବଲ୍‌ ଦଳ

କେନ୍ୟୁଜ୍(ବ୍ୟୁରୋ): ଜାତୀୟ କ୍ରୀଡ଼ା ବିଚ୍‌ ଭଲିବଲ୍‌ରେ ଓଡ଼ିଶା ମହିଳା ଦଳକୁ ସଫଳତା । ବିଚ୍‌ ଭଲିବଲ୍‌ରେ ତେଲେଙ୍ଗାନାକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଓଡ଼ିଶା ମହିଳା ଦଳ । ୨-୦, ୨୧-୧୨ ଏବଂ ୨୧-୧୫ ସେଟ୍‌ରେ ତେଲେଙ୍ଗାନାକୁ ହରାଇଲା। ସେମିଫାଇନାଲ୍‌ରେ କଡ଼ା ମୁକାବିଲା ସତ୍ୱେ ୨-୧ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ହାସଲ କରିଛି । ଜାତୀୟ କ୍ରୀଡ଼ା ବିଚ୍‌ ଭଲିବଲ୍‌ରେ ଓଡ଼ିଶାକୁ ପ୍ରଥମ ପଦକ ମିଳିଛି । ଓଡ଼ିଶା ମହିଳା ଦଳରେ ଶିବାନୀ ପ୍ରିୟଦର୍ଶିନୀ ଏବଂ ମୋନାଲିଶା ପାତ୍ର ରହିଥିବା ବେଳେ କୋଚ୍‌ ଅଛନ୍ତି ସୁଦର୍ଶନ ଭୂଷଣ ମିଶ୍ର ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ସହଯୋଗରେ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ପ୍ରଶିକ୍ଷଣ ଶିବିର ଦୀର୍ଘ ଦୁଇ ମାସ ଧରି କିଟ୍‌ ଗ୍ରାଉଣ୍ଡରେ ଚାଲିଥିଲା । ଓଡ଼ିଶା ଭଲିବଲ ଦଳର ସଫଳତା ପାଇଁ କନ୍ଧମାଳ ସାଂସଦ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.