Below header

ଏହି ଶତାବ୍ଦୀର ଶେଷ ଆଦିମାନବ, ଜାଣନ୍ତୁ ଏ ରହସ୍ୟମୟ ବ୍ୟକ୍ତି କିଏ ଓ କିପରି ହୋଇଥିଲା ତାଙ୍କ ମୃତ୍ୟୁ

ଦୁନିଆରେ ଅନେକ ଜନଜାତି ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ସବୁ ଜନଜାତି ବର୍ତମାନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି କିନ୍ତୁ ଗତ କିଛି ଦିନ ହେବ ଲୋପ ପାଇଛି ଏକ ଜନଜାତି। କାରଣ ସେହି ଜନଜାତିର ଶେଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଯାହାକୁ ଆଦିମାନବ ବୋଲି କୁହାଯାଏ। ଆପଣ ଜାଣିଛନ୍ତି କି ? ଏ ଶତାବ୍ଦୀର ଶେଷ ମଣିଷ ବିଷୟରେ। ହୁଏତ ତାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କାରଣ ସେ ହେଉଛନ୍ତି ରହସ୍ୟମୟ ମଣିଷ।

ବିଚ୍ଛିନ୍ନ ଆମାଜନ ଜନଜାତିର ଶେଷ ସଦସ୍ୟ ଯିଏକି ଏକାକୀ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ମ୍ୟାନ୍ ଅଫ୍ ହୋଲ୍ ବୋଲି ମଧ୍ୟ କୁହାଯାଏ। ସେ ହେଉଛନ୍ତି ବ୍ରାଜିଲରେ ରହୁଥିବା ଜନଜାତିର ଶେଷ ସଦସ୍ୟ । କହିବାକୁ ଗଲେ ଏହି ଶତାବ୍ଦୀର ସେ ହେଉଛନ୍ତି ଶେଷ ମଣିଷ।

ଏହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଜନଜାତି ପୃଥିବୀ ପୃଷ୍ଠରୁ ସଂପୂର୍ଣ୍ଣ ରୂପେ ଲୋପ ପାଇଛି। ତେବେ ଏହି ଜନଜାତିର ଶେଷ ମନୁଷ୍ୟ କେବେବି କୌଣସି ବାହାର ମଣିଷ ସହିତ ସମ୍ପର୍କ କରିନଥିଲେ। ସେ ଅନେକ ବର୍ଷ ଏକା ନିଜେ ଜଙ୍ଗଲରେ ଜୀବନ ଅତିବାହିତ କରିଥିଲେ। Man of the Hole ନାମରେ ପ୍ରସିଦ୍ଧ ଥିବା ଏହି ବ୍ୟକ୍ତି ତନାରୁ ଲ୍ୟାଣ୍ଡରେ ରହୁଥିଲେ। ଅନ୍ତରାଷ୍ଟ୍ରୀୟ ମିଡ଼ିଆ ଏହି ବ୍ୟକ୍ତିଙ୍କୁ ରହସ୍ୟମୟ ମଣିଷ ଭାବରେ ଜାଣିଥିଲେ। ତାଙ୍କ ବୟସ ୬୦ ବର୍ଷ ଥିଲା। କହିବାକୁ ଗଲେ ୭୦ ଦଶକର ଏହି ଜନଜାତିଙ୍କ ଉପରେ ବିଭିନ୍ନ ପ୍ରକାର ଆକ୍ରମଣ ହୋଇଛି। ଯାହାଦ୍ଵାରା ଏମାନଙ୍କ ମୃତ୍ୟୁ ଘଟିଛି।

ସେମାନେ ଚାଷ କାମ ଏବଂ ଗୋରୁ ମାନଙ୍କ କାମ କରି ଜୀବନ ଜାପନ କରନ୍ତି। ତାଙ୍କର ଶେଷ ବର୍ଷରେ, ସେ ସ୍ୱଦେଶୀ ସ୍ଥିରତାର ପ୍ରତୀକ ଭାବରେ ଛିଡା ହୋଇଥିଲେ।ଏହି ଜାତିର ଶେଷ ମଣିଷର ମୃତ୍ୟୁ ୨୦୨୨ ମସିହା ୨୭ ଅଗଷ୍ଟରେ ହୋଇଥିଲା।ଆଦିବାସୀମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଶ୍ୱବ୍ୟାପୀ ସଂଗଠନ ସୁରଭିଭାଲ ଇଣ୍ଟରନ୍ୟାସନାଲ୍ର ଅନୁସନ୍ଧାନ ତଥା ଆଡଭୋକେଟୀ ନିର୍ଦ୍ଦେଶକ ଫିଓନା ୱାଟସନ ଏହି ସୂଚନା ଦେଇଥିଲେ। ଏହି ଆଦିବାସୀ କୌଣସି ସରକାରୀ ସୁରକ୍ଷା ବିନା ଜଙ୍ଗଲରେ ରୁହନ୍ତି।

ତେବେ ତାଙ୍କ ପ୍ରକୃତ ନାମ କାହାକୁ ଜଣା ନାହିଁ। କିନ୍ତୁ ସମସ୍ତେ ତାଙ୍କୁ ‘Man of the Hole’ ଭାବେ ଜାଣନ୍ତି। ସେ ହେଉଛନ୍ତି ଏ ଶତାବ୍ଦୀର ଏକ ଜନଜାତିର ଶେଷ ମଣିଷ। ଏମିତିକି ସେ ପ୍ରାୟ ୨୬ ବର୍ଷ ହେବ କୌଣସି ମଣିଷର ସଂସ୍ପର୍ଶରେ ମଧ୍ୟ ଆସି ନାହାନ୍ତି। ତେବେ ଏହି ମାନବଙ୍କୁ ଆଦି ମାନବ କୁହଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.