Below header

ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦି -ଜିନପିଙ୍ଗ ସାକ୍ଷାତ, ଭାରତ-ଚୀନ ଏଲଏସି ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ

ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦି -ଜିନପିଙ୍ଗ ସାକ୍ଷାତ। ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାରତ-ଚୀନ ଏଲଏସି ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ। ଏବେ ବି ଅସମାଧିତ ରହିଥିବା ଏଲଏସିକୁ ନେଇ ଭାରତର କ୍ଷୋଭ ଜଣାଇଲେ ମୋଦି।

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦି -ଜିନପିଙ୍ଗ ସାକ୍ଷାତ। ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାରତ-ଚୀନ ଏଲଏସି ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ। ଏବେ ବି ଅସମାଧିତ ରହିଥିବା ଏଲଏସିକୁ ନେଇ ଭାରତର କ୍ଷୋଭ ଜଣାଇଲେ ମୋଦି।

ଦୁଇ ଦେଶ ମଧ୍ୟରେ ସୁସଂପର୍କ ପାଇଁ ସୀମାରେ ଶାନ୍ତି ଓ ସୌହାର୍ଦ୍ୟ ରକ୍ଷା କରିବା ଏବଂ ଏଲଏସିକୁ ସମ୍ମାନ ଦେବା ଜରୁରୀ ବୋଲି ଜିନପିଙ୍ଗଙ୍କୁ ରୋକାଠୋକ ଶୁଣାଇଦେଇଛନ୍ତି ପ୍ରଧାନମନ୍ତ୍ରୀ। କିଛି ଅଞ୍ଚଳରେ ଦୁଇ ଦେଶର ସେନା ଏବେ ବି ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

ସେଠରେ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଯିବ। ଏଥିପାଇଁ ଦୁଇ ନେତା ନିଜ ନିଜର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ। ଏ ନେଇ ମୋଦି ଓ ଜିନପିଙ୍ଗ ସହମତି ପ୍ରକାଶ କରିଛନ୍ତି । ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେ ବି ଉତ୍ତେଜନା ହ୍ରାସ ପାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.