Below header

ଭାଣିଜୀକୁ କାଠ ଫାଳିଆରେ ମାରିଦେଲା କଂସ ମାମୁଁ, ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ

ମାମୁଁକୁ ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭାଣିଜୀର ମୃତ ଦେହକୁ ଏକ ପରିତ୍ୟକ୍ତ ଘରେ ଫିଙ୍ଗି ଦେଇଥିଲା। ମୃତ ଦେହ ଫିଙ୍ଗିବାରେ ମାମୁଁକୁ ସହ ଯୋଗ କରିଥିବା ଅନ୍ୟ ଜଣେ ସହଯୋଗୀ ମଧ୍ୟ ଗିରଫ।

ଭୁବନେଶ୍ବର(କେନ୍ୟୁଜ୍):ଭାଣିଜୀକୁ ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା କଂସ ମାମୁ । ମାମୁଁକୁ ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭାଣିଜୀର ମୃତ ଦେହକୁ ଏକ ପରିତ୍ୟକ୍ତ ଘରେ ଫିଙ୍ଗି ଦେଇଥିଲା। ମୃତ ଦେହ ଫିଙ୍ଗିବାରେ ମାମୁଁକୁ ସହ ଯୋଗ କରିଥିବା ଅନ୍ୟ ଜଣେ ସହଯୋଗୀ ମଧ୍ୟ ଗିରଫ।

ଅଭିଯୁକ୍ତ ହେଲା ଶୁଖଲାଲ ସଏ ଓ ନରେନ୍ଦ୍ର ସିଂ,ଉଭୟଙ୍କ ଘର ନନ୍ଦନ ବିହାର ଅଞ୍ଚଳରେ । ମୃତ ନାବାଳିକା ହେଲେ ମାମା ସଏ,ବୟସ ୧୩ ବର୍ଷ। ଗତ ୧୧ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ। ବହୁ ଦିନ ହେବ ମାମୁ ଘରେ ରହୁଥିଲେ ମାମା। କଥା କଟା କଟିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏହି ସମୟରେ ଏକ କାଠ ଫାଳିଆରେ ମାମୁଁ ଆକ୍ରମଣ କରିଥିଲା ।

ଆକ୍ରମଣ ପରେ ସେଠାରେ ମାମା ମୃତ ଘଟିଥିଲା । ସ୍ଥାନୀୟ ଲୋକ ଓ ସିସି ଟିଭିରୁ ବିଭିନ୍ନ ପ୍ରମାଣ ପାଇଛି ପୋଲିସ। ଇନ୍ଫୋସିଟି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଏବେ ସେହି କେସରେ ହତ୍ୟା ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.