କହୁ କହୁ ଭୁଲରେ ଦିଦି କହିଦେଲେ ‘ରାକେଶ ରୋଶନ ଚନ୍ଦ୍ରରେ ପହଞ୍ଚିବା ପରେ…, ମମତାଙ୍କ ଭାଷଣ ହେଲା ଭାଇରାଲ୍‌

ଚନ୍ଦ୍ରାୟନର ସଫଳ ଲ୍ୟାଣ୍ଡିଂ ଠିକ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ମମତା କହୁ କହୁ କହି ପକାଇଥିଲେ ‘ ରାକେଶ ରୋଶନ ଚନ୍ଦ୍ରରେ ପହଞ୍ଚିବା ପରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପଚାରିଥିଲେ ‘ଭାରତ ସେଠାରୁ କେମିତି ଦେଖାଯାଉଛି ? ’

ନୂଆଦିଲ୍ଲୀ : ଚନ୍ଦ୍ରାୟନର ସଫଳ ଲ୍ୟାଣ୍ଡିଂ ଠିକ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ମମତା କହୁ କହୁ କହି ପକାଇଥିଲେ ‘ ରାକେଶ ରୋଶନ ଚନ୍ଦ୍ରରେ ପହଞ୍ଚିବା ପରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପଚାରିଥିଲେ ‘ଭାରତ ସେଠାରୁ କେମିତି ଦେଖାଯାଉଛି ? ’ ମମତାଙ୍କ ଏହି ଉକ୍ତି ଏବେ ସୋସିଆଲ ମିଡିଆରେ ଘୁଣି ବୁଲୂୁଛି ।

ମମତା ଅବଶ୍ୟ ଭୁଲବଶତଃ ମହାକାଶଚାରୀ ରାକେଶ ଶର୍ମାଙ୍କ ବଦଳରେ ବଲିଉଡ ଅଭିନେତା ରାକେଶ ରୋଶନଙ୍କ ନାମ ନେଇଥିଲେ । ହେଲେ ତାଙ୍କ ଭାଷଣର ଏହି କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଜେପି ମୁଖପାତ୍ର ଶେହେଜାଦ ପୁନେଓ୍ଵାଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ସେୟାର କରି ଲେଖିଥିଲେ ‘ ରାକେଶ ରୋଶନଙ୍କ ସହ ଇନ୍ଦିରାଜୀଙ୍କ କୌଣସି ବାର୍ତ୍ତାଳାପ ହୋଇନଥିଲା । ’

ବାସ୍ତବ କଥା ହେଉଛି, ରାକେଶ ଶର୍ମା ପ୍ରଥମ ଭାରତୀୟ ଥିଲେ ଯେ କି ୧୯୮୪ ମସିହାରେ ମହାକାଶ ଯାତ୍ରା କରିଥିଲେ । ରାକେଶ ରୋଶନ ସେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧିଙ୍କୁ ଏକ ଲାଇଭ ଟେଲିଭିଜନ ମାଧ୍ୟମରେ ମହାକାଶରୁ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ । ସେତେବେଳେ ଇନ୍ଦିରା ଗାନ୍ଧି ତାଙ୍କୁ ପଚାରିଥିଲେ ଯେ ‘ମହାକାଶରୁ ଭାରତ କିପରି ଦେଖାଯାଉଛ ି(How does India look like from space?). ।

ଏହାର ଉତ୍ତରରେ ରାକେଶ ଶର୍ମା କହିଥିଲେ ‘ସମଗ୍ର ପୃଥିବୀ ଠାରୁ ସୁନ୍ଦର (Better than the whole world).। ’ ତେବେ ଏହି କଥା କହିବାକୁ ଯାଇ ମମତା ଭୁଲରେ ରାକେଶ ଶର୍ମାଙ୍କ ବଦଳରେ ରାକେଶ ଶର୍ମାଙ୍କ ନାମ କହିଦେଇଥିଲେ । ହେଲେ ମମତାଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.