Below header

“୧୯୮୮ ମସିହାରେ ବ୍ୟବହାର କରିଥିଲି ଡିଜିଟାଲ କ୍ୟାମେରା ଏବଂ ଇମେଲ” କହି ଟ୍ରୋଲ ହେଲେ ପିଏମ୍ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଉଥିବା ସମୟରେ କହିଥିଲେ ସେ ୧୯୮୮ ମସିହାରେ ଡିଜିଟାଲ କ୍ୟାମେରାରେ ଫଟୋ ଉଠାଇବା ସହ ତାହାକୁ ଦିଲ୍ଲୀ ମେଲ କରିଥିଲେ। ପିଏମ ମୋଦିଙ୍କ ଏହି ବୟାନ ପରେ ସମସ୍ତ ବ୍ୟକ୍ତି ଆଶ୍ଚର‌୍ୟ୍ୟ ଚକିତ ହେବା ସହ ଏବେ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ଭାରତରେ ପ୍ରଥମେ କିଏ ଏବଂ କେବେ ଡିଜିଟାଲ କ୍ୟାମେରା ବ୍ୟବହାର କରିଥିଲେ।

ଏହି ଇଣ୍ଟରଭ୍ୟୁର କ୍ଳିପ୍ସ ଗୁଡିକ ସୋସିଆଲ ମିଡିଆରେ ବହୁ ସଂଖ୍ୟାକ ଭାଇରାଲ ହୋଇଛି। ଏପରିକି କଂଗ୍ରେସ ମଧ୍ୟ ମୋଦିଙ୍କ ସେହି କଥାର ଏକ ଭିଡିଓ ଟ୍ବିଟ କରି କ୍ୟାପସନରେ ଲେଖିଛି ‘ଏବେ ଆଉ କିଏ ପଚାରନ୍ତୁ ନାହିଁ କଂଗ୍ରେସ ୬୦ବର୍ଷ କଣ କରୁଥିଲା’।


ଇଣ୍ଟରଭ୍ୟୁରେ କଣ କହିଥିଲେ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, “ମୁଁ ଜାଣିନାହିଁ ମୋ ପୂର୍ବରୁ କିଏ ବ୍ୟବହାର କରିଥିଲେ କିନ୍ତୁ ମୁଁ ପ୍ରଥମେ ଡିଜିଟାଲ କ୍ୟାମେରାର ବ୍ୟବହାର ୧୯୮୭-୮୮ ମସିହାରେ କରିଥିଲି। ସେହି ସମୟରେ ଖୁବ କମ ଲୋକଙ୍କ ପାଖରେ ଇମେଲ ଆଇଡି ରହୁଥିଲା”। ସେ କହିଥିଲେ, “ବିରମଗାମ ତହସିଲରେ ଆଡବାଣୀଙ୍କର ରାଲି ଚାଲୁଥିଲା। ସେହିସମୟରେ ମୁଁ ଡିଜିଟାଲ କ୍ୟାମେରାରେ ତାଙ୍କ ଫଟୋ ଉଠାଇବା ସହ ତାହାକୁ ଦିଲ୍ଲୀ ଟ୍ରାନ୍ସମିଟ କରିଥିଲି। ସେହି ସମୟରେ ଆଡବାଣୀ ଜୀ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ କିପରି ଗୋଟିଏ ଦିନରେ ତାଙ୍କର ରଙ୍ଗୀନ ଫଟୋ ବାହାରିଥିଲା। ମୋଦିଙ୍କ ଏହି ବୟାନ ପରେ ଅନେକ କମେଣ୍ଟ ଆସିଥିବା ବେଳେ ତାଙ୍କୁ ବହୁ ସଂଖ୍ୟାକ ଟ୍ରୋଲ ମଧ୍ୟ କରାଯାଉଛି।


ଇକୋନୋମିଷ୍ଟ ସୁବ୍ରମଣ୍ୟମ୍ ଲେଖିଛନ୍ତି, ୧୯୮୮ ମସିହାରେ ପଶ୍ଚିମଞ୍ଚଳ ଦେଶ ଗୁଡିକରେ ମାତ୍ର କିଛି ବୈଜ୍ଞାନିକଙ୍କ ପାଖରେ ଇମେଲ ଆଇଡି ରହୁଥିଲା। ତେବେ କିପରି ମୋଦି ୧୯୮୮ ମସିହାରେ ଭାରତରେ ଇମେଲ ଆଇଡି ବ୍ୟବହାର କରିଥିଲେ। ଏହପରି ବିଭିନ୍ନ ବର୍ଗର ଅନେକ ବିଶିଷ୍ଠ ବ୍ୟକ୍ତି ମୋଦିଙ୍କ ଏହି ବୟାନର ପରିହାସ କରିଥିବା ବେଳେ ଅନେକ ଟ୍ରୋଲ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.