ଫନିରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ, ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି : ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ

ବାତ୍ୟା ଫନିର ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପ୍ରଳୟଙ୍କାରୀ ବାତ୍ୟାରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ସେହିଭଳି ବାଲୁଖଣ୍ଡ ଅଭୟାରଣ୍ୟରେ ୩ଟି ହରିଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ବର୍ତ୍ତମାନ ପୂର୍ବ ସ୍ଥିତିକୁ ଫେରିବା ପାଇଁ ପୁନଃ ବନୀକରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଅଧିକରୁ ଅଧିକ ବୁଦାଳିଆ ଗଛ ଲଗାଯିବ । ୨୧ ତାରିଖରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ନନ୍ଦନ କାନନ ଖୋଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.