ରଥକାଠ ଅନୁକୂଳର ଆଜି ସପ୍ତମ ଦିନ, ଆରମ୍ଭ ହୋଇଛି ତୁମ୍ବ ଉପରେ ସୂତାବାଡ଼ିଆ କାର୍ଯ୍ୟ

ପୁରୀ : ରଥକାଠ ଅନୁକୂଳର ଆଜି ସପ୍ତମ ଦିନ । ତୁମ୍ବ ଉପରେ ସୂତାବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬ଟି ତୁମ୍ବ ନିର୍ମାଣ ସରିଛି । ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ ସୂତାବାଡିଆ କାର୍ଯ୍ୟ ସମ୍ପନ୍ନ କରାଯାଉଛି। ଏହାପରେ ବିନ୍ଧ ଅନୁକୂଳ କାର୍ଯ୍ୟ ଆରମ୍ଭ ହେବ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନି ରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ଟି ଚକ ଡେରାଯିବ । ବାତ୍ୟା ଫନି ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ରଥଖଳାରେ ଭୋଇ ସେବକଙ୍କ ଦ୍ୱାରା ପୁଣି ଥରେ ଛାମୁଣ୍ଡିଆ କରାଯାଇ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.