Below header

ଆସନ୍ତାକାଲି ରାମ ମନ୍ଦିରର ଭୂମିପୂଜନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ, ସାମ୍ନାକୁ ଆସିଲା ମୋଦିଙ୍କ ପୂରା ପ୍ରୋଗ୍ରାମ୍‌

ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟା ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଅର୍ଥାତ୍‌ ଅଗଷ୍ଟ ୫ରେ ରାମ ନଗରୀରେ ପହଞ୍ଚି ଭବ୍ୟ ରାମ ମନ୍ଦିରର ଭିତ୍ତିପ୍ରସ୍ତର ପାଇଁ ଆଧାରଶିଳା ରଖିବେ। ରାମ ମନ୍ଦିର ଭୂମି ପୂଜନର ଠିକ୍‌ ପରେ ସେ ଦେଶକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୩ ଘଣ୍ଟା ରାମ ନଗରୀରେ ବିତାଇବେ। ଏହି ସମୟରେ ତାଙ୍କର କି କି କାର୍ଯ୍ୟକ୍ରମ ରହିବ ତାହାର ବିବରଣୀ ଏବେ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା କ’ଣ ରହିଛି ମୋଦିଙ୍କ ପ୍ରୋଗ୍ରାମ…

First phase of construction of Ram Mandir in Ayodhya resumes

ଅଗଷ୍ଟ ୫ ସକାଳେ ଦିଲ୍ଲୀକୁ ପ୍ରସ୍ଥାନ
୯.୩୫ରେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଉଡ଼ିବ
୧୦.୩୫ରେ ଲକ୍ଷ୍ମୌ ଏୟାରପୋର୍ଟରେ ଲ୍ୟାଣ୍ଡିଂ
୧୦.୪୦ ହେଲିକପ୍ଟରରେ ଅଯୋଧ୍ୟାକୁ ପ୍ରସ୍ଥାନ
୧୧.୩୦ ଅଯୋଧ୍ୟା ସାକେତ କଲେଜର ହେଲିପ୍ୟାଡ୍‌ରେ ଲ୍ୟାଣ୍ଡିଂ
୧୧.୪୦ ହନୁମାନ ଗଢ଼ିରେ ୧୦ ମିନିଟ୍‌ ଦର୍ଶନ-ପୂଜନ
୧୨ଟାରେ ରାମ ଜନ୍ମଭୂମି ପରିସରରେ କାର୍ଯ୍ୟକ୍ରମ
୧୦ ମିନିଟ୍‌ରେ ରାମଲଲା ବିରାଜମାନର ଦର୍ଶନ-ପୂଜନ
୧୨.୧୫ରେ ରାମଲଲା ପରିସରରେ ପାରିଜାତ ବୃକ୍ଷ ରୋପଣ
୧୨.୩୦ରେ ଭୂମିପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ
୧୨.୪୦ରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ
୨.୦୫ରେ ସାକେତ କଲେଜ ହେଲିପ୍ୟାଡ୍‌କୁ ପ୍ରସ୍ଥାନ
୨.୨୦ରେ ଲକ୍ଷ୍ମୌ ପାଇଁ ଉଡ଼ିବ ହେଲିକପ୍ଟର

ମୋଦିଙ୍କର ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.