ଖାସ୍ ଅନ୍ଦାଜରେ ରାକ୍ଷୀ ସେଲିବ୍ରେଟ୍ କଲେ ଭାଇଜାନଙ୍କ ପରିବାର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
ରାକ୍ଷୀ ବନ୍ଧନ ପର୍ବକୁ ସମଗ୍ର ବିଶ୍ବରେ ଧୂମଧାମରେ ପାଳନ କରାଯାଇଥାଏ। ବଲିଉଡ୍ ରୁ ଆରମ୍ଭ କରି ଟେଲିଭିଜନ କଳାକାରମାନେ ସୋସିଆଲ ମିଡିଆରେ ନିଜ ନିଜ ଭାଇଙ୍କ ସହ ଫଟୋ ସେୟାର କରିଥାନ୍ତି। ଚଳିତ ବର୍ଷ ସଲମାନ ଖାନ୍ ରାକ୍ଷୀ ପର୍ବକୁ ପୁରା ପରିବାର ସଦସ୍ଯଙ୍କ ସହ ପାଳନ କରିଛନ୍ତି। ସଲମାନଙ୍କ ସହ ଆବାଜ ଖାନ୍, ସୋହେଲ ଖାନ୍, ଅତୁଲ ଅଗ୍ନିହୋତ୍ରୀ ଆୟୁଷ ଶର୍ମା, ଅରହାନ ଖାନ୍, ନିର୍ବାର ଖାନ୍ ଏବଂ ପରିବାରର ବାକି ସଦସ୍ଯ ରାକ୍ଷୀ ବାନ୍ଧିବାର ମଧ୍ଯ ନଜର ଆସିଛନ୍ତି।
ସୋସିଆଲ ମିଡିଆରେ ସଲମାନ ତାଙ୍କର ଦୁଇ ଭଉଣୀ ଅଲୱିରା ଏବଂ ଅର୍ପିତାଙ୍କ ସହ ଫଟୋ ସେୟାର କରିବା ସହ ଲେଖିଛନ୍ତି, ‘ରାକ୍ଷୀପୂର୍ଣ୍ଣିମାର ବହୁତ ବହୁତ ଅଭିନନ୍ଦନ।’ ସୂଚନା ଯୋଗ୍ଯ ବର୍ତ୍ତମାନ ସଲମାନ୍ ସୁଟିଂ ବନ୍ଦ ରଖିଥିବା ବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି। ଲକଡାଉନ୍ ସମୟରେ ମଧ୍ଯ ସେ ନିଜ ଫାର୍ମହାଉସ୍ ରେ କାମ କରୁଥିବାର ନଜର ଆସିଥିଲେ।