ପରକୀୟା ପ୍ରୀତିକୁ ନେଇ ତାତିଲେ ଗାଁ ଲୋକେ, ପାଣି ମାଗିବାରୁ ପିଆଇଲେ ପରିସ୍ରା

ଭଦ୍ରକ: ଯୁବକର ପରକୀୟା ପ୍ରୀତିକୁ ନେଇ ତାତିଲେ ଗାଁ ଲୋକେ। ଯୁବକକୁ କଲେ ନଣ୍ଡା ଆଉ ପିନ୍ଧେଇଲେ ଜୋତାମାଳ ତା ସହିତ ମୁହଁରେ ଚୂନ କାଳୀ ବୋଳି ଗାଁ ରେ ବୁଲାଇଲେ । ଏମିତି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ବାଉଁଶ ବାଗ ଅଞ୍ଚଳରେ ଘଟିଛି । ଫଳରେ ତମାମ ଗାଁରେ ଉତ୍ତେଜନା ଲାଗି ରହିଛି । ସୂଚନା ଅନୁଯାୟୀ ତିହିଡି ଥାନା ବାଉଁସବାଗ ଗାଁରେ ଜଣେ ଯୁବକଙ୍କୁ ପରକୀୟା ପ୍ରୀତି କାରଣ ତାଙ୍କ ଘରୁ ଘୋଷାରି ନେଇ ଗ୍ରାମର କିଛି ଲୋକେ ଦଉଡିରେ ବାନ୍ଧିଦେଇ ଥିଲେ ।

ପରେ ତାଙ୍କ ମୁହଁରେ ଚୁନକାଳୀ ମାରି ଲଣ୍ଡା କରିଥିଲେ । ଆଉ ତା ପରେ ଜୋତା ମାଳ ପିନ୍ଧାଇ ଗାଁ ରେ ବୁଲାଇଥିଲେ । ଏମିତି କି ପାଣି ମାଗିବାରୁ ତାଙ୍କୁ ପରିଶ୍ରା ପିଆଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏ ନେଇ ତିହିଡି ଥାନାରେ ସମ୍ପୃକ୍ତ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ୧୭ ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି । ଅନ୍ୟ ପକ୍ଷରେ ଏକ ଆକ୍ରମଣ ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । ତେବେ ଏପରି ଅମାନବୀୟ ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଏହି ଘଟଣାରେ ଗ୍ରାମବାସି ଓ ନିର୍ଯ୍ୟାତିତ ପରିବାର ମଧ୍ୟରେ ଆରୋପ ପ୍ରତ୍ୟରୋପ ଚାଲି ଥିଲା ବେଳେ ଏହି ଘଟଣାର ଯୁଗ୍ମ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.