Below header

ସ୍ୱଦେଶୀ ଲଢୁଆ ବିମାନ ତେଜସରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଗର୍ବରେ କହୁଛି ଆମେ କାହା ଠାରୁ କମ୍‌ ନୁହେଁ’

ଆଜି ବେଙ୍ଗାଲୁରୁର ହାଲ୍‌କୁ ଯାଇଥିବା ବେଳେ ଲଢୁଆ ବିମାନ ତେଜସରେ ଉଡାଣ ଭରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ଯ୍ୟ ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁ ଯାଇଥିଲେ। ଆମ ରାଷ୍ଟ୍ରୀୟ କ୍ଷମତାକୁ ନେଇ ମୁଁ ଗର୍ବିତ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସରେ ଉଡାଣ ଭରିଛନ୍ତି । ଆଜି ବେଙ୍ଗାଲୁରୁର ହାଲ୍‌କୁ ଯାଇଥିବା ବେଳେ ଲଢୁଆ ବିମାନ ତେଜସରେ ଉଡାଣ ଭରିଥିଲେ । ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ଯ୍ୟ ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁ ଯାଇଥିଲେ। ଏହି ଉଡାଣର ଅନୁଭବ ଅବିଶ୍ୱସନୀୟ…ଯାହା ଆମେ ଦେଶର ସ୍ୱଦେଶୀ କ୍ଷମତାକ ନେଇ ମୋ ମନରେ ଥିବା ବିଶ୍ୱାସକୁ ବଢାଇଦେଇଛି । ଆମ ରାଷ୍ଟ୍ରୀୟ କ୍ଷମତାକୁ ନେଇ ମୁଁ ଗର୍ବିତ ବୋଲି ମୋଦି କହିଛନ୍ତି ।

ଏହି ଉଡାଣର ଅନୁଭବକୁ ନେଇ ଏକ୍ସରେ ମୋଦି ଲେଖିଛନ୍ତି, ଆଜି ମୁଁ ତେଜସରେ ଉଡି ଅତ୍ୟନ୍ତ ଗର୍ବର ସହିତ କହୁଛି କି, ଆମ କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ଯୋଗୁଁ ଆତ୍ମନିର୍ଭରତା କ୍ଷେତ୍ରରେ ବିଶ୍ୱରେ କାହାଠାରୁ ଆମେ କମ୍‌ ନୁହେଁ । ଭାରତୀୟ ବାୟୁସେନା, ଡିଆରଡିଓ ଏବଂ ହାଲ୍‌ ସହିତ ସମସ୍ତ ଭାରତବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ।

ତେବେ ଅନେକ ଦେଶ ଏହି ଲଢୁଆ ବିମାନକୁ କିଣିବା ପାଇଁ ଇଚ୍ଛା ରଖିଛନ୍ତି । ଏହା ଆମ ଦେଶ ପାଇଁ ଉଲ୍ଲେଖନୀୟ ଉପଲବ୍ଧି । ତେଜସ ଏକ ସ୍ୱଦେଶୀ ଲାଇଟ କମ୍ବାର୍ଟ ଏୟାରକ୍ରାଫ୍ଟ । ତେଜସ୍ ନା କେବଳ ଲଗାତାର ଆକ୍ରମଣ କରିବାର ସାମର୍ଥ୍ଯ ରଖିଛି ବରଂ  ଅସ୍ତ୍ର ତଳେ ପକାଇବାର ମଧ୍ୟ କ୍ଷମତା ରଖିଛି । ଏହାର ଇଞ୍ଜିନ୍ ଆମେରିକୀୟ,ରେଡାର ଏବଂ ଅସ୍ତ୍ର ଇସ୍ରାଏଲ୍‌ର ଏବଂ ଅନ୍ୟ ବହୁ ସାମଗ୍ରୀ ବିଦେଶର ଲଗାଯାଇଛି।

ଏହାର ଓଜନ ୬,୫୬୦ କିଲୋଗ୍ରାମ । ଯାହା କାରଣରୁ ଏହା ୫୦ହଜାର ଫୁଟ୍ ଯାଏଁ ଉପରକୁ ଉଡାଣ ଭରିପାରିଥାଏ । ଏହାର ୱିଙ୍ଗସ୍ ୮.୨ ମିଟର । ତେଜସ୍ ବିମାନ ସମୁଦାୟ ୧୩.୨ ମିଟର ଲମ୍ବା ଏବଂ ୪.୪ ମିଟର ଉଚ୍ଚା  । ତେଜସ୍ ଅଧା କିଲୋମିଟରରୁ ମଧ୍ୟ କମ୍ ସ୍ଥାନରେ ଉଡାଣ ଭରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.