ଜନ୍ମ ଦିନ ପାଳନ କରିବାକୁ ଦୁବାଇ ନନେବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ସ୍ୱାମୀଙ୍କ ନାକକୁ ଏପରି ଆକ୍ରମଣ କରିଥିଲେ ଯେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଗତ ଶୁକ୍ରବାର ଦିନ ପୁଣେର ଭାନାଭାଡି ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି।

ଜନ୍ମ ଦିନରେ ଆମେ ନିଜ ପରିବାର ଲୋକଙ୍କୁ ଭଲ ଭଲ ଗିଫ୍ଟ ଦେଇଥାଉ । ସ୍ୱାମୀମାନେ ନିଜ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଭଲ ଭଲ ସ୍ଥାନକୁ ବୁଲାଇବା ପାଇଁ ମଧ୍ୟ ନେଇଥାନ୍ତି । କିନ୍ତୁ ବେଳେବେଳେ କିଛି ଲୋକ ନିଜ ସ୍ତ୍ରୀଙ୍କ ପାଇଁ ଭଲ ଗିଫ୍ଟ ଦେଇ ପାରନ୍ତି ନାହିଁ କି ଭଲ ସ୍ଥାନକୁ ବୁଲାଇ ନେଇ ପାରନ୍ତି ନାହିଁ । ଏପରିସ୍ଥିତିରେ ସ୍ତ୍ରୀ ମାନେ ମଧ୍ୟ ନିଜ ସ୍ୱାମୀଙ୍କ ପରିସ୍ଥିତି ବୁଝିବା ଦରକାର । କିନ୍ତୁ ଜଣେ ମହିଳା ନିଜ ଜନ୍ମ ଦିନକୁ ପାଳନ ନକରିପାରିବାରୁ ନିଜ ସ୍ୱାମୀଙ୍କର ହତ୍ୟା କରିଛନ୍ତି ।
ମହାରାଷ୍ଟ୍ରର ପୁଣେରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ପୁଣେରେ ଜଣେ ମହିଳା ନିଜ ୩୬ ବର୍ଷ ବୟସ୍କ ସ୍ୱାମୀଙ୍କ ନାକକୁ ଏପରି ପିଟିଛନ୍ତି ଯେ ତାଙ୍କର ମୃତ୍ୟୁ ହୋଇଯାଇଛି । ଜନ୍ମଦିନରେ ସ୍ତ୍ରୀଙ୍କ ଇଚ୍ଛା ଥିଲା ଦୁବାଇ ଯିବେ ଏବଂ ସେଠାରେ ସେ ନିଜ ଜନ୍ମ ଦିନ ପାଳନ କରିବେ କିନ୍ତୁ ସ୍ୱାମୀ ଦୁବାଇ ଯିବାକୁ ମନା କରିଦେଲେ । ବାସ ତା ପରେ ସ୍ତ୍ରୀଙ୍କ ରାଗ ପହଞ୍ଚିଥିଲା ଚରମ ସୀମାରେ । ଆଉ ଶେଷରେ ନିଜ ସ୍ୱାମୀଙ୍କ ଉପରକୁ କରିଥିଲେ ମରଣାନ୍ତକ ଆକ୍ରମଣ । ସ୍ୱାମୀଙ୍କ ନାକକୁ ଏପରି ଆକ୍ରମଣ କରିଥିଲେ ଯେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଗତ ଶୁକ୍ରବାର ଦିନ ପୁଣେର ଭାନାଭାଡି ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି।

ମୃତ ବ୍ୟକ୍ତି ହେଉଛନ୍ତି ନିର୍ମାଣ ଶିଳ୍ପ ବ୍ୟବସାୟୀ ନିଖିଲ ଖନ୍ନା । ଛଅ ବର୍ଷ ପୂର୍ବେ ସେ ରେଣୁକାଙ୍କ ସହ ପ୍ରେମ ବିବାହ କରିଥିଲେ । ଭାନଭାଡ଼ି ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଏହି ଘଟଣା ଶୁକ୍ରବାର ଅପରାହ୍ନରେ ଘଟିଥିଲା । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା କାରଣ ନିଖିଲ ନିଜ ସ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କୁ ଦୁବାଇ ନେଇ ନଥିଲେ । ତାଙ୍କ ଜନ୍ମଦିନରେ ମଧ୍ୟ ତାଙ୍କୁ କୌଣସି ଉପହାର ଦେଉ ନଥିଲେ । ରେଣୁକା ନିଜ ଜନ୍ମଦିନ ପାଳନ କରିବାକୁ କିଛି ସମ୍ପର୍କୀୟଙ୍କୁ ନେଇ ଦିଲ୍ଲୀ ଯିବାକୁ ଚାହୁଁଥିଲେ କିନ୍ତୁ ନିଖିଲ ଏଥିପାଇଁ ମଧ୍ୟ ପ୍ରସ୍ତୁତ ନଥିଲେ। ଏଭଳି ବାରମ୍ବାର ଘଟୁଥିବାରୁ ରେଣୁକା ନିଜ ସ୍ୱାମୀଙ୍କ ଉପରେ ରାଗ ରଖିଥିଲେ । ଆଉ ଜନ୍ମଦିନରେ ଦୁବାଇ ନନେବାରୁ ସବୁ ରାଗକୁ ବାହାର କରିଥିଲେ ରେଣୁକା । ରାଗରେ ନିଜ ସ୍ୱାମୀଙ୍କ ନାକକୁ ଏପରି ଆକ୍ରମଣ କରିଥିଲେ ଯେ ତାଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା ।

ପୋଲିସ ଆହୁରି ମଧ୍ୟ କହିଛି ଯେ ସ୍ୱାମୀ ସ୍ତ୍ରୀଙ୍କ ବିବାଦ ସମୟରେ ରେଣୁକା ନିଖିଲଙ୍କ ମୁହଁକୁ ପିଟିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ନିଖିଲଙ୍କ ନାକ ଫାଟି ଯାଇଥିଲା ଏବଂ ତାଙ୍କର କିଛି ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ହେତୁ ନିଖିଲ ଚେତାଶୂନ୍ୟ ହୋଇଯାଇଥିଲେ । ତେବେ କୁହାଯାଉଛି ଯେ ଏହି କାରଣରୁ ନିଖିଲଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ କେବଳ ପୋଷ୍ଟ ମର୍ଟମ ରିପୋର୍ଟରୁ ହିଁ ଜଣା ପଡ଼ିବ । ସମ୍ପୃକ୍ତ ଘଟଣାକୁ ନେଇ ପୋଲିସ ଆଇପିସିର ଧାରା ୩୦୨ ଅନୁଯାୟୀ ରେଣୁକାଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ତାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.