Below header

ଦୁନିଆର ସବୁଠାରୁ ବଡ ଟନେଲ, ଜାଣନ୍ତୁ ତିଆରି ହେବା ପାଇଁ ଲାଗିଥିଲା କେତେ ବର୍ଷ

ଆପଣ ଜାଣନ୍ତି କି ବିଶ୍ୱର ସବୁଠାରୁ ବଡ ଟନେଲରୁ ଭାରତ କେତେ ଲାଭବାନ ହେଉଛି ଏବଂ ସେହି ଟନେଲର ବିଶେଷତା କ’ଣ ରହିଛି ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ ।

ଯେତେବେଳେ ଗୋଟିଏ ଦେଶରେ ସବୁକିଛି ଠିକ୍ ଚାଲିଥାଏ, ସେତେବେଳେ କୁହାଯାଏ ଯେ ଦେଶର ଅର୍ଥନୀତି ଠିକ୍‌ ଅଛି । ଦେଶକୁ ଏହି ପର୍ଯ୍ୟାୟରେ ପହଞ୍ଚିବା ପାଇଁ ଦେଶର ବ୍ୟବସାୟୀ ଏବଂ ଲୋକମାନେ ଦିନରାତି ପରିଶ୍ରମ କରୁଛନ୍ତି । ଯେକୌଣସି ଦେଶ ହେଉ ଆଗକୁ ଯିବା ପାଇଁ ଦେଶର ଟ୍ରାନ୍ସ୍‌ପୋଟ ସିଷ୍ଟମ ସହଜ ହେବା ନିହାତି ଜରୁରୀ ହୋଇଥାଏ । ଏଥିପାଇଁ ସରକାର ଭଲ ରାସ୍ତା, ବ୍ରିଜ୍ ଏବଂ ଲମ୍ବା ଟନେଲ୍ ପାଇଁ ଯୋଜନା କରୁଛି । ଏହି କିଛି ଦିନ ପୂର୍ବରୁ ଭାରତ ସରକାର ଏଭଳି ଏକ ଟନେଲ ପ୍ରସ୍ତୁତ କରିଥିଲେ ଯାହାକି ସାଧାରଣ ଲୋକଙ୍କ ସୁବିଧାସୁଯୋଗ ପାଇଁ ଖୋଳା ଯାଇଥିଲା । ଏହା ବ୍ୟତୀତ ଆପଣ ଜାଣନ୍ତି କି ବିଶ୍ୱର ସବୁଠାରୁ ବଡ ଟନେଲରୁ ଭାରତ କେତେ ଲାଭବାନ ହେଉଛି ଏବଂ ସେହି ଟନେଲର ବିଶେଷତା କ’ଣ ରହିଛି ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ ।

ଟନେଲର ବିଶେଷତା କ’ଣ ?
୨୦୨୦ ମସିହାରେ ଅଟଳ ଟନେଲ୍ ଆରମ୍ଭ ହୋଇଥିଲା । ଏହି ଟନେଲ ମନାଲିକୁ ଲେହ ସହିତ ସଂଯୋଗ କରିଥାଏ । ସେହି ଟନେଲଟି ପ୍ରାୟ ଦଶ ହଜାର ଫୁଟ ଉଚ୍ଚତା ନିର୍ମିତ ଏବଂ ଦୁନିଆର ସବୁଠାରୁ ଲମ୍ବା ଟନେଲ ବୋଲି କୁହାଯାଏ । ତେବେ ସୂଚନା ମୁତାବକ, ଆନୁମାନିକ ଏହି ଟନେଲ ତିଆରି କରିବା ସମୟ ୬ ବର୍ଷରୁ କମ ଥିଲା, ହେଲେ ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୦ ବର୍ଷ ଲାଗିଥିଲା । ସେହି ଟନେଲରେ ପ୍ରତି ୬୦ ମିଟରରେ ସିସିଟିଭି କ୍ୟାମେରା ଲଗାଯାଇଥିବାବେଳେ ପ୍ରତି ୫୦୦ ମିଟରରେ ଜରୁରୀକାଳୀନ ପ୍ରସ୍ଥାନ ମଧ୍ୟ ତିଆରି କରାଯାଇଛି । ଏହି ଟନେଲର ଲମ୍ବ ୮.୮ କିଲୋମିଟର ଏବଂ ଚଉଡା ୧୦.୫ ମିଟର, ଉଭୟ ପାର୍ଶ୍ୱରେ ୧ ମିଟର ଚଉଡା ଫୁଟପାଥ ମଧ୍ୟ ରହିଛି । ତେବେ ଏହି ଟନେଲ ଯୋଗୁ ମନାଲି ଏବଂ ଲେହ ଯିବା ପାଇଁ ମାତ୍ର ୪ ଘଣ୍ଟା ଲାଗୁଛି ଏବଂ ଏହା ଦ୍ୱାରା ଲୋକଙ୍କ ସମୟ ମଧ୍ୟ ସଞ୍ଚୟ ହେଉଛି । ସେହି ଟନେଲ ଭିତରେ ନିଆଁ ଲାଗିଗଲେ, ସେଥିରୁ ବଞ୍ଚିବା ପାଇଁ ତାମଧ୍ୟରେ ଫାୟାର ହାଇଡ୍ରାଣ୍ଟ ମଧ୍ୟ ଲଗାଯାଇଛି ।

ଏଥିରୁ ଭାରତ କେତେ ଲାଭବାନ ହେବ?
ଏହି ଟନେଲ ନିର୍ମାଣ କରିବା ପାଇଁ ହିମାଚଳ ପ୍ରଦେଶର ଲାହଲ-ସ୍ପିଟି ଅଞ୍ଚଳ ଏବଂ ସମଗ୍ର ଲଦାଖରେ ବର୍ତ୍ତମାନ ୧୨ ମାସ ପାଇଁ ଦେଶର ଅନ୍ୟ ଦେଶ ସହିତ ଜଡିତ ରହିଛି । କାରଣ ରୋହତଙ୍ଗ ପାସ୍ ଶୀତ ଦିନରେ ପ୍ରବଳ ଶୀତ ଓ ବରଫ ପଡିବା ଯୋଗୁ ରାସ୍ତା ବନ୍ଦ ହୋଇଯାଉଥିଲା । ଏଥିପାଇଁ ଲାହଲ୍-ସ୍ପିଟି ଦେଇ ଲଦାଖକୁ ଯାଉଥିବା ରାସ୍ତା ମାସ ମାସ ଧରି ବନ୍ଦ ରହୁଥିଲା । କିନ୍ତୁ ବର୍ତ୍ତମାନ ଅଟଳ ଟନେଲ ନିର୍ମାଣ ପରେ ଲୋକମାନେ ଅନେକ ଅସୁବିଧାରୁ ମୁକ୍ତି ପାଇଛନ୍ତି । ଏହା ସହ ଯିବା ଆସିବା କରିବା ପାଇଁ ମଧ୍ୟ ଲୋକଙ୍କୁ ଅନେକ ସୁବିଧା ସୁଯୋଗ ମଳିପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.