ସାଉଥ ଆଫ୍ରିକା ଟୁର ପାଇଁ ବଡ଼ ପ୍ରସ୍ତୁତି କରୁଛି ବିସିସିଆଇ, ସିନିଅର ଖେଳାଳିଙ୍କୁ ଅଭ୍ୟାସ କରିବା ପାଇଁ ମିଳିବ ସୁଯୋଗ

ଅଷ୍ଟ୍ରେଲିଆ ସହିତ ଟି-୨୦ ସିରିଜ ଖେଳିବା ପରେ ସାଉଥ ଆଫ୍ରିକା ଟୁର କରିବ ଭାରତୀୟ ଟିମ୍‌ । ସେଠାରେ ଟି-୨୦, ଦିନିକିଆ ଏବଂ ଟେଷ୍ଟ ସିରିଜ ଖେଳିବ । ଆଉ ଟେଷ୍ଟ ସିରିଜ ପାଇଁ ସିନିଅର ଖେଳାଳିଙ୍କୁ ନେଇ ୩/୪ଦିନର ଅଭ୍ୟାସ ମ୍ୟାଚ ଖେଳିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଭାରତୀୟ ଟିମ୍‌ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି । ଏହି ସିରିଜ ସରିବା ପରେ ଟିମ ସାଉଥ ଆଫ୍ରିକା ଗସ୍ତ କରିବ । ସେଠାରେ ୩ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ, ତିନିଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍‌ ସିରିଜ ଖେଳିବ । ବିସିସିଆଇ ଟେଷ୍ଟ ସିରିଜକୁ ଦେଖି ୩/୪ ଦିନିକିଆ ଅଭ୍ୟାସ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁଥିରେ ଭାରତୀୟ ଟିମର ସିନିଅର ଖେଳାଳି ଭାଗ ନେବେ । ଭାରତୀୟ ଟିମର କିଛି ଖେଳାଳି ଏବେ ଟେଷ୍ଟ ଟିମରୁ ବାଦ୍‌ ପଡିଛନ୍ତି । ସେମାନେ ଦଳକୁ ଫେରିପାରନ୍ତି, ତେଣୁ ବିସିସିଆଇ ଏମାନଙ୍କ ପାଇଁ ଅଭ୍ୟାସ ମ୍ୟାଚ ଖେଳିବାକୁ ନିଷ୍ପତ୍ତି ନେଇଛି ।

ସାଉଥ ଆଫ୍ରିକା ଗସ୍ତ ପାଇଁ ଖୁବଶୀଘ୍ର ଟିମ୍‌ ଘୋଷଣା କରାଯିବ । ଏଥିରେ କିଛି ନୂଆ ନାମ ମଧ୍ୟ ଦେଖିବାକୁ ମିଳିପାରେ । ଏମାନେ କିଛିଦିନରୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଛନ୍ତି ।

ଭାରତୀୟ ଟିମ୍‌ ଏପର୍ଯ୍ୟନ୍ତ ସାଉଥ ଆଫ୍ରିକାରେ ଗୋଟିଏ ହେଲେ ବି ଟେଷ୍ଟ ସିରିଜ ଜିତିନାହିଁ । ଏମିତିରେ ଟିମ୍‌ ପାଇଁ ଏହି ସିରିଜ ବହୁତ ମହତ୍ତ୍ୱପୂର୍ଣ୍ଣ । ତେଣୁ ଟେଷ୍ଟ ଟିମ୍‌ ଘୋଷଣାକୁ ନେଇ ସମସ୍ତଙ୍କ ନଜର ରହିଛି । ତେବେ ଟିମକୁ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ଫେରିପାରନ୍ତି । ତେବେ ଏମାନେ ଗତ ବର୍ଷେ ମଧ୍ୟରେ ବେଶ କିଛି ଖାସ୍‌ କରିନାହାନ୍ତି । ସେହିପରି ଟିମରେ ସୌରଭ କୁମାର, ଉପେନ୍ଦ୍ର ଯାଦକ ଭଳି କିଛି ନୂଆ ମୁହଁ ଦେଖିବାକୁ ମିଳିପାରେ । ଏମାନେ ଘରୋଇ କ୍ରିକେଟରେ ଭଲ ଖେଳୁଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟିକିଆ ଟି-୨୦ ସିରିଜ ଖେଳୁଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ପ୍ରଥମ ଟି-୨୦ ମ୍ୟାଚ ଜିତିସାରିଛି । ଆସନ୍ତାକାଲି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.