Below header

କୁସ୍ତିଯୋଦ୍ଧାଙ୍କ ସହ ସ୍ୱଚ୍ଛତା ଅଭିଯାନରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ ମୋଦି, ଭିଡିଓ ଭାଇରଲ

ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ଏବେ ଏହି ଅଭିଯାନରେ ହରିୟାଣାର ସୋନିପତରେ କୁସ୍ତିଯୋଦ୍ଧାଙ୍କ ସହିତ ଶ୍ରମଦାନ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୧ ସ୍ୱଚ୍ଛତା ଅଭିଯାନ ପାଇଁ ଶ୍ରମଦାନ କରିଛନ୍ତି । ଏହି ଭିଡିଓରେ ସ୍ୱଚ୍ଛତା ଅଭିଯାନରେ ମୋଦି ଶ୍ରମଦାନ କରୁଥିବାର ନଜର ଆସିଛନ୍ତି । ସେ ହରିୟାଣାର ସୋନିପତରେ କୁସ୍ତି ଯୋଦ୍ଧା ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅଙ୍କିତ ବେୟନପୁରୀଆଙ୍କ ସହିତ ମିଶି ସଫେଇ ଅଭିଯାନରେ ଶ୍ରମଦାନ କରିଥିଲେ । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି, ପ୍ରଥମେ ପ୍ରଧାନମନ୍ତ୍ରୀ ଅଙ୍କିତ ସହ ମିଶି ଝାଡୁ କରିଥିଲେ ଏହା ପରେ ସେ ଅଳିଆ ଉଠାଇଥିଲେ । ଏହା ପରେ ଦୁଇଜଣ କଥା ହୋଇଥିଲେ । ଏହି କଥା ବାର୍ତ୍ତାରେ ଫିଟନେସ, ସ୍ୱଚ୍ଛତା, ଜି୨୦, ସୋସିଆଲ ମିଡିଆ, ସ୍ପୋଡର୍ସ ଉପରେ ଆଲୋଚନା କରିଥିଲେ । ଏହା ଛଡା ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି “ଦେଶ ଏବେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ।

ସୂଚନାଯୋଗ୍ୟ, ୨୦୧୪ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦି । ସେହି ବର୍ଷ ଅକ୍ଟୋବର ୨ ତାରିଖରୁ ଗାନ୍ଧି ଜୟନ୍ତୀ ଅବସାରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ଲୋକଙ୍କୁ ନିଜ ଆଖପାଖରେ ସବୁକିଛି ସଫା ରଖିବା ପାଇଁ କୁହାଯାଇଥିଲା । କେବଳ ନିଜ ଆଖପାଖ ନୁହେଁ ବରଂ ପରିବେଶର ସୁରକ୍ଷା ମଧ୍ୟ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.