ଇନ୍ଦୋର: ଘାଟି ରାସ୍ତାରେ ସ୍କୁଲ ପିକ୍‌ନିକ ବସ୍‌ ଓଲଟି ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ; ୪ ଗୁରୁତର

ମଧ୍ୟ ପ୍ରଦେଶର ଇନ୍ଦୋରରେ ମହୁ-ମଣ୍ଡଳେଶ୍ୱର ରାସ୍ତାରେ ଏକ ସ୍କୁଲ ପିକ୍‌ନିକ ବସ୍‌ ଓଲଟି ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ଛାତ୍ରଙ୍କ ହାତ କହୁଣୀ ପାଖରୁ ଛିଣ୍ଡି ଅଲଗା ହୋଇଯାଇଛି।

ମଧ୍ୟ ପ୍ରଦେଶର ଇନ୍ଦୋରରେ ମହୁ-ମଣ୍ଡଳେଶ୍ୱର ରାସ୍ତାରେ ଏକ ସ୍କୁଲ ପିକ୍‌ନିକ ବସ୍‌ ଓଲଟି ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ଛାତ୍ରଙ୍କ ହାତ କହୁଣୀ ପାଖରୁ ଛିଣ୍ଡି ଅଲଗା ହୋଇଯାଇଛି। ମଣ୍ଡଳେଶ୍ୱର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ଖବରରୁ ଜଣାପଡ଼ିଛି ଯେ ଇନ୍ଦୋରରେ ଥିବା ଏକ ସ୍କୁଲର ପିଲାମାନେ ରବିବାର ୭/୮ଟି ବସ୍‌ରେ ପିକ୍‌ନିକ କରିବାକୁ ମହେଶ୍ୱର ଯାଉଥିଲେ। ଜାମ୍‌ ଗେଟ୍‌ର ଘାଟି ରାସ୍ତାରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା, ଯେଉଁଥିରେ ୫୫ ଜଣ ଛାତ୍ରଛାତ୍ରୀ ଥିଲେ।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଦୁର୍ଘଟଣା ଯେଉଁ ଜାଗାରେ ଘଟିଛି, ସେଠାରେ ଏକ ଖାଇ ମଧ୍ୟ ଅଛି। ସୌଭାଗ୍ୟବଶତଃ ବସ୍‌ଟି ଖାଇରେ ଖସିନାହିଁ। ଏହି ଦୁର୍ଘଟଣାରେ ଯେଉଁ ଛାତ୍ରଙ୍କ ହାତ କଟିଯାଇଛି, ତାଙ୍କ ନାମ ଶୁଭମ୍‌ ଠାକୁର। ଘର ଇନ୍ଦୋର ହୋଇଥିବା ବେଳେ ସେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

ସେପଟେ ଆହତ ପିଲାମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଶିକ୍ଷୟିତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ୪ ଜଣ ପିଲାଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି। ତେବେ ଏହି ଦୁର୍ଘଟଣା ପରେ ବସ୍‌ ଚାଳକ ଏବଂ କଣ୍ଡଣ୍ଟର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.