Below header

ଅଲୋଡା ହେଲା ନବଜାତ ଶିଶୁପୁତ୍ର : ରାସ୍ତାକଡ଼ରୁ ଏକ ବ୍ୟାଗ ଭିତରୁ ହେଲା ଉଦ୍ଧାର

ଅଲୋଡା ହେଲା ନବଜାତ ଶିଶୁପୁତ୍ର । ରାସ୍ତାକଡ଼ରୁ ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା । ସୁବର୍ଣ୍ଣପୁର ସୁବଳୟା ଥାନା ଟେଭାପଦର ରାସ୍ତା କଡ଼ରୁ ଜୀବନ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।

ସୁବର୍ଣ୍ଣପୁର (କେନ୍ୟୁଜ): ନବଜାତ ଶିଶୁପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବ୍ୟାଗରେ ପୁରାଇ ରାସ୍ତାକଡରେ ରଖି ଦେଇଥିବାବେଳେ ଗାଁର ଭାନୁମତି ବାଘ ଶିଶୁପତ୍ରଟିକୁ ଉଦ୍ଧାର କରିଛନ୍ତି ।

ଭାନୁମତି ବୀରମହାରାଜପୁରକୁ ବସଷ୍ଟାଣ୍ଡକୁ ଆସୁଥିବା ସମୟରେ ରାସ୍ତାକଡରେ ଏହି ଶିଶୁପୁତ୍ରଟିକୁ ଦେଖି ଉଦ୍ଧାର କରିବା ସହ ବୀରମହାରାଜପୁର ଡାକ୍ତରଖାନାକୁ ଆଣିଛନ୍ତି । ଶିଶୁପତ୍ରଟି ଜୀବିତ ଥିବାବେଳେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.