‘ମାହି ଭାଇ ଆଇ ଲଭ ୟୁ’ କହି ଚିତ୍କାର କଲେ ଫ୍ୟାନ୍‌, ହସିଲେ ଧୋନି : ଭିଡିଓ ଭାଇରଲ

ମାହିଙ୍କ ଗୋଟିଏ ମାତ୍ର ସ୍ମାଇଲରେ ଫ୍ୟାନ୍ସ ପାଗଳ ହୋଇଯାଆନ୍ତି । ଖେଳ ହେଉ ଅବା ମଇଦାନ ସବୁବେଳେ ଫ୍ୟାନ୍ସ ତାଙ୍କୁ ଖୁସି ଦେଖିବାକୁ ଚାହାନ୍ତି । ବିମାନ ବନ୍ଦରରେ ସିକ୍ୟୁରିଟି ଯାଞ୍ଚ ସମୟରେ ଜଣେ ଫ୍ୟାନ୍‌ ଜୋରରେ ମାହି ଭାଇ ଆଇ ଲଭ ୟୁ ଡାକିଥିଲେ ।

ମହେନ୍ଦ୍ର ସିଂ ଧୋନି କ୍ୟାପେଟନ କୁଲ୍‌ ଭାବେ ବେଶ ପରିଚିତ । ତାଙ୍କର କୁଲ୍‌ ଅନ୍ଦାଜ ଦେଖି ତାଙ୍କୁ ଏଭଳି ନାମ ଦିଆଯାଇଛି । ମାହିଙ୍କ ଗୋଟିଏ ମାତ୍ର ସ୍ମାଇଲରେ ଫ୍ୟାନ୍ସ ପାଗଳ ହୋଇଯାଆନ୍ତି । ଖେଳ ହେଉ ଅବା ମଇଦାନ ସବୁବେଳେ ଫ୍ୟାନ୍ସ ତାଙ୍କୁ ଖୁସି ଦେଖିବାକୁ ଚାହାନ୍ତି । ତେବେ ଏମିତି ଏକ ଭିଡିଓ ଭାଇରଲ ଭାଇରଲ ହେଉଛି, ଯେଉଁଥିରେ ଧୋନିଙ୍କ ହୃଦୟ ଜିତିନେଇଛନ୍ତି ତାଙ୍କ ଜଣେ ଫ୍ୟାନ୍‌।

ଖବର ମୁତାବକ, ଧୋନି କୌଣସି ଯାତ୍ରା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏଠାରେ ସିକ୍ୟୁରିଟି ଯାଞ୍ଚ ସମୟରେ ଜଣେ ଫ୍ୟାନ୍‌ ଜୋରରେ ମାହି ଭାଇ ଆଇ ଲଭ ୟୁ ଡାକିଥିଲେ । ଥରେ ନୁହେଁ ଫ୍ୟାନ୍‌ ଜଣକ ଦୁଇଥର ମାହିଙ୍କୁ ଡାକିଥିଲେ । ଫଳରେ ଧୋନି ତାଙ୍କ କଥା ଶୁଣି ହସିଦେଇଥିଲେ ।

ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଆଉ ଫ୍ୟାନ୍ସ ଧୋନିଙ୍କ ସରଳତାକୁ ପ୍ରଶଂସା କରିବାରେ ଲାଗିଛନ୍ତି । ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ୧୫ ସେକେଣ୍ଡର ଭିଡିଓରେ ଧୋନି ହ୍ଵାଇଟ କଲର ଟିସାର୍ଟ ପିନ୍ଧିଥିବା ବେଳେ କଳା ଚଷମା ମଧ୍ୟ ଲଗାଇଛନ୍ତି । ଧୋନିଙ୍କ ଏହି ଲୁକ୍‌ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.