Below header

ବନ୍ଧୁକ ସଫା କରୁଥିବାବେଳେ ଫୁଟିଲା ଗୁଳି, ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ପୋଲିସଙ୍କ ହୋଇଗଲା ମୃତ୍ୟୁ

ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ହୋଇଥିବା ଜଣେ ପୋଲିସ ଅସାବଧାନ ବଶତଃ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ସେ ଶୁକ୍ରବାର ନିଜ ସର୍ଭିସ ରିଭଲଭର ସଫା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉକ୍ତ ପୋଲିସ କର୍ମଚାରୀଙ୍କ ନାମ ସନ୍ଦୀପ ଯାଦବ । ସେ ଶନିବାର ଦିନ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱରେ ଯୋଗ ଦେଇଥାନ୍ତେ ବୋଲି ଅତିରିକ୍ତ ପୋଲିସ ଆରକ୍ଷୀ ଆଶୁତୋମିଶ୍ର କହିଛନ୍ତି ।

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ହୋଇଥିବା ଜଣେ ପୋଲିସ ଅସାବଧାନ ବଶତଃ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ସେ ଶୁକ୍ରବାର ନିଜ ସର୍ଭିସ ରିଭଲଭର ସଫା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉକ୍ତ ପୋଲିସ କର୍ମଚାରୀଙ୍କ ନାମ ସନ୍ଦୀପ ଯାଦବ । ସେ ଶନିବାର ଦିନ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱରେ ଯୋଗ ଦେଇଥାନ୍ତେ ବୋଲି ଅତିରିକ୍ତ ପୋଲିସ ଆରକ୍ଷୀ ଆଶୁତୋମିଶ୍ର କହିଛନ୍ତି ।

ମସୁଲି ପୋଲିସ ଷ୍ଟେସନ ନିକଟରେ ଥିବା ନିଜ ଘରେ ଯାଦବ ନିଜ ସର୍ଭିସ ରିଭଲଭର ସଫା କରୁଥିଲେ । ଏହି ସମୟରେ ଅସାବଧାନ ବଶତଃ ଯାଦବଙ୍କ ରିଭଲଭରରୁ ଗୁଳି ଫୁଟିଥିଲା । ଗୁଳି ସିଧା ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେଠାରେ ସେ ଟଳି ପଡିଥିଲେ । ଯାଦବଙ୍କ ମୃତ ଶରୀର ପୋଷ୍ଟମର୍ଟମ ପାଇଁ ପଠାଯାଇ ତଦନ୍ତ ଜାରି ରହିଛି । ଏହି ସମାନ ଦୁର୍ଘଟଣାକ୍ରମେ ଗତ ଜାନୁଆରୀ ମାସରେ ଦିଲ୍ଲୀ ପୋଲିସ ହେଡ କନେଷ୍ଟବଳଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.