ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ଯବାନ ସହିଦ, ୨ ଗୁରୁତର

ଛତିଶଗଡ଼ର ସୁକମା ଜିଲ୍ଲା ରେ ପୋଲିସ ମାଓବାଦୀ ମଧ୍ୟରେ ବଡ ଧରଣର ଗୁଳିବିନିମୟ। ମାଓବାଦୀ ଗୁଳିରେ ୩ ଯବାନ ସହୀଦ ଦୁଇ ଜଣ ଯବାନ ଗୁରୁତର।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ରେ ପୋଲିସ ମାଓବାଦୀ ମଧ୍ୟରେ ବଡ ଧରଣର ଗୁଳିବିନିମୟ। ମାଓବାଦୀ ଗୁଳିରେ ୩ ଯବାନ ସହୀଦ ଦୁଇ ଜଣ ଯବାନ ଗୁରୁତର। ଜାଗରରଣ୍ଡା ଜଙ୍ଗଲ ରେ DRG ଯବାନ ମାଓ ଦମନ ଅପରେସନ ବେଳେ ମାଓବାଦୀ ଆମ୍ବସ ବିଛାଇ ଅତର୍କିତ ଫାଇରିଂ କରିଥିଲେ।

ପାଲଟା ଜବାବ ରେ ପୋଲିସ ମଧ୍ଯ ଫାଇରିଂ କରିଥିଲା। ଉଭୟ ପକ୍ଷରୁ ଦୀର୍ଘ ସମୟ ଗୁଳିବିନିମୟ ପରେ ମାଓବାଦୀ ଗୁଳି ରେ ୩ ଯବାନ ସହୀଦ। ସେମାନେ ହେଲେ ASI ରାମୁରାମ୍ ନାଗ, କନଷ୍ଟେବଳ କୁଞ୍ଜମ୍ ଯୋଗା, କନଷ୍ଟେବଳ ଭଞ୍ଜମ ଭିମା।