Below header

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ନାଗରିକ କଲେ ପ୍ରଥମ ଦାନ, ନିଜସ୍ୱ ଆୟରୁ ଦେଲେ ୫ ଲକ୍ଷ ଶହେ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହୋଇଛି ଦାନ ସଂଗ୍ରହ ଅଭିଯାନ । ପ୍ରଥମେ ଦାନ କରିଛନ୍ତି ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜସ୍ୱ ଆୟରୁ ୫ ଲକ୍ଷ ଶହେ ଟଙ୍କା ଦାନ ସୂତ୍ରରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ଚେକ୍‌ ଆକାରରେ ଅର୍ଥ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଆଜିଠାରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ।

ସେହିପରି ସିକିମ ରାଜ୍ୟପାଳ ଗଙ୍ଗା ପ୍ରସାଦ ଦାନ କରିଛନ୍ତି ୧ଲକ୍ଷ ୧ଟଙ୍କା । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଓ ବିଶ୍ୱ ହିନ୍ଦୁ ପରିଷଦ ମିଳିତ ଭାବରେ ଦେଶବ୍ୟାପୀ ରାମମନ୍ଦିର ନିର୍ମାଣ ପାଇଁ ଦାନ ସଂଗ୍ରହ ଚଳାଇଛନ୍ତି । ଏହି ଅଭିଯାନ ଫେବ୍ରୁଆରୀ ୨୭ ତାରିଖ ଯାଏ ଚାଲିବ । ଦେଶର ୧୩ କୋଟି ପରିବାରରୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.