ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦାବି ଜଣାଇବାକୁ ରାସ୍ତାରେ ଶୋଇ ଶୋଇ ଯାଉଛନ୍ତି ଜଣେ ମନ୍ଦିର ପୂଜାରୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଜର ଦାବି ଜଣାଇବା ପାଇଁ ଜଣେ ମନ୍ଦିର ପୂଜାରୀ ଭିନ୍ନ ପଦକ୍ଷପ ଗ୍ରହଣ କରିଛନ୍ତି । ଏଭଳି ଟାଣଖରାରେ ସେ ରାସ୍ତାରେ ଶୋଇ ଶୋଇ ଯୋଗୀଙ୍କୁ ସାକ୍ଷାତ କରିବାକୁ ବାହାରି ପଡିଛନ୍ତି। ଯେପର୍ଯ୍ୟନ୍ତ ସେ ଯୋଗୀଙ୍କୁ ନ ଭେଟିଛନ୍ତି ସେପର୍ଯ୍ୟନ୍ତ ଫେରିବେ ନାହଁ ବୋଲି କହିଛନ୍ତି।

yogi1ସୂଚନାଅନୁଯାୟୀ, ଇସଲାମନଗରର ପିୟାରି ନାମଦେବ ମନ୍ଦିରର ପୂଜାରୀ ରାହୁଲ ଶର୍ମା ଦାବି କରିଛନ୍ତି କି ଦେଶରେ ଆର୍ଥିକ ସ୍ଥିତି ଆଧାରରେ ଆରକ୍ଷଣ ଲାଗୁ କରାଯାଉ, ନଚେତ ଏହାକୁ ବନ୍ଦ କରାଯାଉ। ସମସ୍ତ ବିଧାୟକ ମନ୍ତ୍ରୀଙ୍କ ସମ୍ପତ୍ତିର ସିବିଆଇ ଯାଞ୍ଚ କରାଯାଉ ଏବଂ ଏହାକୁ ଗଣମାଧ୍ୟମ ସମ୍ମୁଖରେ ରଖାଯାଉ। ସେ ରାସ୍ତାରେ ଶୋଇଶୋଇ ଯାତ୍ରା କରୁଥିବାବେଳେ ତାଙ୍କର ଏହି ଯାତ୍ରାକୁ ପୁଲିସ ସୁରକ୍ଷା ଦେଇଥିବା ଜଣାପଡିଛି।

Leave A Reply

Your email address will not be published.