Below header

ଆଜି ଫୁଲ୍‌ ଦମ୍‌ରେ ଏଣ୍ଟ୍ରି ମାରିବେ ପ୍ରିୟଙ୍କା ଗାନ୍ଧି , ମହାସଚିବ ନିଯୁକ୍ତ ହେବା ପରେ ଲକ୍ଷ୍ମୌରେ ଭାଇ ରାହୁଲଙ୍କ ସହ କରିବେ ରୋଡ ସୋ

ଲକ୍ଷ୍ନୌ(କେନ୍ୟୁଜ୍) : ରାଜନୀତି ମୈଦାନକୁ ଆଜିଠାରୁ ଓହ୍ଲାଇବେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି । ଉତ୍ତର ପ୍ରଦେଶ ପୂର୍ବ ଓ ପଶ୍ଚିମର ମହାସଚିବ ଭାବେ ନିଯୁକ୍ତ ହେବା ପରେ ପ୍ରିୟଙ୍କା ପ୍ରଥମ ଥର ଲକ୍ଷ୍ନୌ ଗସ୍ତ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରିୟଙ୍କାଙ୍କ ସହ ସାମିଲ ହେବେ । ଚାରିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ପ୍ରିୟଙ୍କା ପହଞ୍ଚିବା ପରେ ୧୫ କିଲୋମିଟର ରୋଡ ସୋରେ ତାଙ୍କୁ ପାଛୋଟି ନିଆଯିବ । ଏଥିରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହି ତୃଣମୂଳ ସ୍ତରର କର୍ମୀଙ୍କ ସହ ଦଳକୁ ମଜଭୂତ କରିବା ନେଇ ଆଲୋଚନା କରିବେ ବୋଲି କହିଛନ୍ତି କେସି ବେଣୁଗୋପାଳ ।

Priyanka gandhiପ୍ରିୟଙ୍କାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କଂଗ୍ରେସରେ ଉତ୍ସାହର ବାତାବରଣ । ଉତ୍ତର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୟୁପିସିସି ମୁଖ୍ୟାଳୟକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜା ଯାଇଛି । ନୂତନ ଭାବେ ନିର୍ମିତ ଏକ ମିଡିଆ ହଲକୁ ଉଦଘାଟନ କରିବେ ପ୍ରିୟଙ୍କା । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଜାନୁଆରି ୨୩ତାରିଖରେ ପ୍ରିୟଙ୍କାଙ୍କୁ ରାଜ୍ୟ ପୂର୍ବାଞ୍ଚଳର ମହାସଚିବ ଭାବେ ନିଯୁକ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.