‘ସିଘଂମ-୩’ ନା ‘ଗୋଲମାଲ-୫’ : ଅଜୟଙ୍କ କେଉଁ ଫିଲ୍ମ ପ୍ରଥମେ ହେବ ରିଲିଜ୍ ?

ମୁମ୍ବାଇ : ଅଭିନେତା ଅଜୟ ଦେବଗନ ଏବଂ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ମିଳିତ ଭାବେ ଦୁଇଟି ଫେନ୍ଚଚାଇଜରେ ସିଘଂମ ଏବଂ ଗୋଲମାଲ ଫିଲ୍ମର ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର‌୍ୟ୍ୟନ୍ତ ଦୁଇଟି ଫିଲ୍ମର ସବୁ ସିରିଜ୍ ଦର୍ଶକଙ୍କ ମନ ଜିତିବା ସହ ସୁପରହିଟ ମଧ୍ୟ ରହିଛି। ତେବେ ଅଜୟଙ୍କର ଆଗାକୁ ଏକ ଫିଲ୍ମ ଆସୁଛି ବୋଲି ବିଗତ ଫିଲ୍ମ ସିମ୍ବାର କିଛି ଝଲକରୁ ଜଣାପଡ଼ିଥିଲା।

ajay-devgn-rohit-shetty

ଏବେ ମିଳିଥିବା ସୂଚନାରୁ ସିଘଂମର ୩ୟ ସଂସ୍କରଣ ସହ ଗୋଲମାଲର ୫ମ ସିରିଜ୍ ଖୁବ ଶୀଘ୍ର ଆସିବ ବୋଲି ଜଣାପଡ଼ିଛି। ନିକଟରେ ହୋଇଥିବା ଏକ ମିଡିଆ ସାକ୍ଷାତକାରରେ ଅଭିନେତାଙ୍କୁ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ପଚରାଯାଇଥିଲା। ଯାହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ ବର୍ତ୍ତମାନ ଆମେ ଦ୍ବନ୍ଦରେ ରହିଛୁ ଗୋଲମାଲ ୫ ଏବଂ ସିଘଂମ ୩ ମଧ୍ୟରୁ କାହାର ସୁଟିଂ ପ୍ରଥମେ ଆରମ୍ଭ କରିବୁ।

ତେବେ ନିକଟରେ ଅଜୟଙ୍କୁ ଇନ୍ଦର କୁମାରଙ୍କ ନିର୍ମିତ ଟୋଟାଲ ଧମାଲରେ ଦେଖିବାକୁ ମିଳିବ। ତାଙ୍କ ସହ ଏହି ଫିଲ୍ମରେ ଅନ୍ୟାନ୍ୟ ପ୍ରସିଦ୍ଧ କଳାକାର ଯଥା ମାଧୁରୀ ଦିକ୍ଷିତ, ଅନିଲ କପୁର ଏବଂ ରିତେଶ ଦେଶମୁକଙ୍କୁ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.