Below header

ବଢ଼ିବ ଖରା, ତାପମାତ୍ରା ଡେଇଁବ ୩୪ ଡିଗ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବର୍ଷାର ଡର ହଟିଯିବା ପରେ ଆଜିଠାରୁ ପୁଣି ବଢିବ ଖରାର ପ୍ରକୋପ । ଯଦିଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଥଣ୍ଡା ପବନ ବହୁଛି ତଥାପି ହାରାହାରି ତାପମାତ୍ର ସର୍ବନିମ୍ନ ୧୪ ଓ ସର୍ବାଧିକ ୩୧ ଡିଗ୍ରୀ ରହିବ । କାଲିଠାରୁ ତାପମାତ୍ରା ଆଉ ଟିକେ ବଢ଼ିବ । ୧୫ ତାରିଖ ବେଳକୁ ୩୪ ଡିଗ୍ରୀ ଡେଇଁଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଗରମ ବଢ଼ିବା ପରେ ପୁଣି ଅଳ୍ପ ବର୍ଷାର ସମ୍ଭାବନା ରହିଛି ୧୬ ତାରିଖ ଠାରୁ । ଆକାଶ ମେଘୁଆ ରହିବା ସହିତ ରାଜ୍ୟର କିଛି ଅଞ୍ଚଳରେ ଅଳ୍ପ ବର୍ଷା ହୋଇ ପାରେ । ୧୬ ଓ ୧୭ ତାରିଖ ଦୁଇଦିନ ଏଭଳି ପାଗ ରହିବା ପରେ ପୁଣି ଖରାର ପ୍ରକୋପ ବଢ଼ିବ ।ଦିନରେ ଗରମ ହେଲେ ମଧ୍ୟ ସନ୍ଧ୍ୟା ପରେ ଥଣ୍ଡା ପବନ ବହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.