ଏମିତି ଏକ ବିବାହ : ସୁଚିତ୍ରାଙ୍କ ହାତ ଧରିଲେ ସୁଧାଂଶୁ

ବିବାହ ଏକ ପବିତ୍ର ବନ୍ଧନ । କିଏ କାହାକୁ ଜୀବନସାଥୀ ରୂପେ ପାଇବ ତାହା ଭଗବାନଙ୍କ ଆର୍ଶିବାଦରୁ ହିଁ ସମ୍ଭବ ହୋଇଥାଏ । ତେବେ ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ଗମ୍ଭାରୀ ଗାଁ ଓ କଣାସ ବ୍ଳକର ଓଗାଳପୁର ଗାଁରେ । ଗମ୍ଭାରୀ ଗାଁର ସୁବଳ ଜେନା ଓ କେଳି ଜେନାଙ୍କ କନ୍ୟା ସୁଚିତ୍ରା । ସେ ଜନ୍ମରୁ ଦିବ୍ୟାଙ୍ଗ । ଜନ୍ମରୁ କାନକୁ ଶୁଭୁନଥିବାବେଳେ ସେ କଥା ମଧ୍ୟ କହିପାରନ୍ତି ନାହିଁ । ଯାହାଫଳରେ ଚିନ୍ତାରେ ରହିଥିଲେ ପରିବାରଲୋକେ । ଏହାପରେ କଣାସ ନିକଟସ୍ଥ ବେଣାଗାଁ ମୁକ ବଧିର ସ୍କୁଲ୍ ରେ ଶିକ୍ଷା ଲାଭ ପାଇଁ ସେଠାରେ ଥିବା ହଷ୍ଟେଲରେ ତାଙ୍କୁ ଛଡାଗଲା । ସେଠାରେ ସୁଚିତ୍ରା ଦଶମ ପାସ୍ କରିବା ପରେ ଯୁକ୍ତ ୨ ମଧ୍ୟ ଅଧ୍ୟୟନ କରିଛନ୍ତି । ତେବେ ଶିକ୍ଷା ଲାଭ ପରେ ବିବାହ ପାଇଁ ପରିବାରରେ ତାଙ୍କୁ ନେଇ ଚିନ୍ତା ବଢିଥିଲା ।

marriageକିନ୍ତୁ ଭଗବାନଙ୍କ ବରଦାନ ସ୍ବରୂପ ଗମ୍ଭାରୀ ଗାଁର ସୁରଥ ଜେନା ଓ ସମାଜସେବୀ ସିପିଆଇଏମ୍ ଜିଲ୍ଲା ସଂପାଦକ ଭୀମସେନ ସ୍ବାଇଁଙ୍କ ମଧ୍ୟସ୍ତିରେ କଣାସ ବ୍ଳକ୍ ଓଗାଳପୁର ଗାଁର ଧନେଶ୍ବର ମହାପାତ୍ରଙ୍କ ଏକମାତ୍ର ପୁଅ ସୁଧାଂଶୁଙ୍କ ସହିତ ତାଙ୍କର ପ୍ରସ୍ତାବ ଯୋଡିହୋଇଥିଲା । ସୁଧାଂଶୁ ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କୁ କାନକୁ ଶୁଣାଯାଉଥିବାବେଳେ ସେ ମଧ୍ୟ କଥା କହିପାରନ୍ତିନାହିଁ । ସେ ଉଚ୍ଚଶିକ୍ଷିତ ହୋଇଥିବାବେଳେ ବେଣାଗାଁ ମୁକ ବଧିର ସ୍କୁଲରେ ପି.ଇ.ଟି ଶିକ୍ଷକ ଭାବେ କାର‌୍ୟ୍ୟ କରନ୍ତି । ତେବେ ତାଙ୍କର ଅନେକ ପ୍ରସ୍ତାବ ଆସିଥିବାବେଳେ ସେ ନିଜ ପରି ଏକ ଦିବ୍ୟାଙ୍ଗ ହୋଇଥିବା ଏକ ଝିଅକୁ ବିବାହ କରିବାକୁ ଚାହୁଁଥିଲେ ।

mrgତେବେ ଭଗବାନଙ୍କ ଆର୍ଶିବାଦରୁ ଉଭୟ ଉଭୟଙ୍କ ମନପସନ୍ଦିଆ ଜୀବନସାଥୀ ପାଇବା ପରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ଦୁଇ ପରିବାର ଏବଂ ବନ୍ଧୁବାନ୍ଧବ ଏକତ୍ରୀତ ହୋଇ ବ୍ରହ୍ମଗିରିର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଅଲାରନାଥଙ୍କ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଯାହା ସମାଜ ପାଇଁ ଏକ ବଡ ଉଦାହରଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.