Below header

ଏବେ ମୈଦାନରେ ଟ୍ରୋଲ ହେଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ୍‌ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ୧୧ ବଲରେ ୨୧ ରନ କରିଥିଲେ। ପାଣ୍ଡ୍ୟାଙ୍କର ଏହି ରନ୍‌ କୌଣସି କାମରେ ଆସିନଥିଲା କାରଣ ଭାରତ ମ୍ୟାଚ୍‌ ସହ ସିରିଜ୍‌ ହାରି ଯାଇଥିଲା । ଏହି ମ୍ୟାଚରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଖରାପ ନ ଥିଲା, କିନ୍ତୁ ଫ୍ୟାନ୍‌ମାନେ ତାଙ୍କର ବିବାଦୀୟ ମନ୍ତବ୍ୟକୁ ଭୁଲି ପାରୁ ନାହାନ୍ତି। କଫି ଓ୍ଵିଥ୍‌ କରନ୍‌ ଟିଭି ଶୋରେ ପାଣ୍ଡ୍ୟା ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେଥିରୁ ଅଳ୍ପକେ ମୁକୁଳି ପୁଣି ଦଳକୁ ଫେରିଛନ୍ତି । ସେତେବେଳେ ଅନେକ କ୍ରିକେଟର ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ଫ୍ୟାନ୍‌ମାନେ ତାଙ୍କୂ ପ୍ରବଳ ସମାଲୋଚନା କରିଥିଲେ ।

ନ୍ୟୁଜଲାଣ୍ଡ ବିପକ୍ଷରେ ଅକଲାଣ୍ଡରେ ଖେଳା ଯାଇଥିବା ଟି-୨୦ ମ୍ୟାଚ୍ ସମୟରେ କିଛି ଏମିତି ଦେଖିବାକୁ ମିଳିଥିଲା, ଯେଉଁଠି ଜଣେ ମହିଳା ବ୍ୟାନର ଦେଖାଇ ହାର୍ଦ୍ଦିକ ପାଣ୍ଡ୍ୟାକୁ ଟ୍ରୋଲ୍ କରିଛନ୍ତି। ଏହି ବ୍ୟାନରରେ ସେ ସେହି ଆପତ୍ତିଜନକ କଥା ଲେଖିଥିଲେ ଯେଉଁ କଥା ହାର୍ଦ୍ଦିକ ପାଣ୍ଡ୍ୟା ଟିଭି ଶୋରେ କହିଥିଲେ।

ନିଶ୍ଚୟ ପଢ଼ନ୍ତୁ : ମହଙ୍ଗା ପଡ଼ିଲା ଅଶ୍ଳୀଳ ମନ୍ତବ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ…

ଲୋକପ୍ରିୟ ଟିଭି ଶୋ ‘କଫି ୱିଥ୍ କରଣ’ରେ ହାର୍ଦ୍ଦିକ ମହିଳାଙ୍କୁ ନେଇ କିଛି ଏହି ଭଳି ଶବ୍ଦ ପ୍ରୟୋଗ କରିଥିଲେ। ଏହି କାରଣରୁ ସେ ଟିମ୍‌ରୁ ବିଦା ମଧ୍ୟ ହୋଇଥିଲେ । ତେବେ ସେ ଓ କେ.ଏଲ୍‌ ରାହୁଲ ନିଃସର୍ତ୍ତ ଭୁଲ ମାଗିବା ପରେ ତାଙ୍କ ଉପରୁ କଟକଣା ଉଠିଥିଲା । ତଥାପି ତାଙ୍‌କର ସେହି ତ୍ରୁଟିକୁ ଲୋକେ ଭୁଲି ନାହାନ୍ତି । ଯାହା ଦେଖଇବାକୁ ମିଳିଥିଲା ଅକ୍‌ଲାଣ୍ଡରେ । ମହିଳାଙ୍କର ସେହି ବ୍ୟାନରକୁ ନେଇ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଛି। ଲୋକମାନେ ଏହାକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.