ରାଉରକେଲା ଟିସିଆଇ ଛକରେ ଟ୍ରଲର ଧକ୍କାରେ ୨ ଯୁବତୀ ମୃତ

ରାଉରକେଲା(କେନ୍ୟୁଜ୍) : ଟ୍ରଲର ଧକ୍କାରେ ୨ ଯୁବତୀ ମୃତ। ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଟିସିଆଇ ଛକରେ ଏହି ଦୁର୍ଘଟଣା ଘଟିଛି। ଯୁବତୀ ଦୁଇ ଜଣ ସ୍କୁଟିରେ ଯାଉଥିବାବେଳେ ଏକ ଟ୍ରଲର ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ତେବେ ମୃତକ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.