Below header

ରାଜ୍ୟରେ ଖୋଲିଲା ଆଉ ୩୮ଟି ଆହାର କେନ୍ଦ୍ର , ସଚିବାଳୟରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୭ଟି ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟରେ ଆଉ କେହି ରହିବେନି ଭୋକିଲା। ଖୋଲିଲା ଆଉ ୩୮ଟି ଆହାର କେନ୍ଦ୍ର। ସଚିବାଳୟରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୭ଟି ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ୧୭ଟି ଜିଲ୍ଲାରେ ଥିବା ୩୮ ସହରାଞ୍ଚଳ ପାଇଁ ନୂତନ ଆହାର କେନ୍ଦ୍ରର ହେଲା ଲୋକାର୍ପଣ କରାଯାଇଛି। ଏହାଦ୍ୱାରା ୧୫୭ଟି ଆହାର କେନ୍ଦ୍ରରେ ପ୍ରତିଦିନ ଉପକୃତ ହେଉଛନ୍ତି ଲକ୍ଷାଧିକ ଲୋକ। ୨୦୧୫ ଏପ୍ରିଲ ୧ରୁ ଏହାର ଶୁଭାରମ୍ଭ କରାଯାଇଛି। ରାତିରେ ୫୬ଟି ଆହାର କେନ୍ଦ୍ରରେ ମିଳୁଛି ଖାଦ୍ୟ। ହସ୍ପିଟାଲ ନିକଟ କେନ୍ଦ୍ରରେ ମିଳୁଛି ରାତିରେ ଆହାର।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.