Below header

ପାଗ ହିସାବରେ ଶରୀରର ତାପମାନ ବଦଳିବ ଏହି କପଡ଼ା , ବୈଜ୍ଞାନିକଙ୍କ କଲେ ଏପରି ଆବିଷ୍କାର

ଓ୍ବାଶିଂଟନ୍ : ବୈଜ୍ଞାନିକ ମାନେ ଏପରି ଏକ କପଡ଼ା ପ୍ରସ୍ତୁତ କରିଛନ୍ତି ଯାହା ସ୍ବତଃପ୍ରବୃତ ଭାବେ ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିବ। ଏହା ଦ୍ବାରା କପଡ଼ାକୁ ପରିଧାନ କରିଥିବା ବ୍ୟକ୍ତିଙ୍କୁ ପାଗ ହିସାବରେ ଥଣ୍ଡା ଏବଂ ଗରମ ଲାଗିବ। ଏହି ଖାସ ଫେବ୍ରିକକୁ ନିର୍ମାଣ କରିଥିବା ରିସର୍ଚ୍ଚକାରୀଙ୍କ ଅନୁଯାୟୀ, ବାତାବରଣ ଥଣ୍ଡା ରହିଥିଲେ ଏହା ଶରୀରରେ ଉଷ୍ଣତା ଜାତ କରିଥିବା ବେଳେ ବାତାବରଣ ଗରମ ଥିଲେ ଏହା ଥଣ୍ଡା ଅନୁଭୂତ କରାଇବ।

cloth

କିପରି ହେବ ଏହି ପ୍ରକ୍ରିୟା

ମେରିଲ୍ୟାଣ୍ଡ ୟୁନିର୍ଭସିଟି, ଆମେରିକାର ରିସର୍ଚ୍ଚକର୍ତ୍ତା ସିଥେଟିକ୍ କପଡ଼ାର ସୂତାରେ କାର୍ବନ ନେନୋଟ୍ୟୁବର କୋଡିଂକୁ ମିଶାଇ କରି ଏହି କପଡ଼ାକୁ ପ୍ରସ୍ତୁତ କରିଛନ୍ତି। ଯେତେବେଳେ ବାତାବରଣ ଗରମ ରହିବ ସେତେବେଳେ ଏହି କପଡ଼ା ଶରୀରକୁ ଥଣ୍ଡା ରଖିବା ସହ ଝାଳକୁ ଶୋଷିନେବ। ସେହିପରି ଥଣ୍ଡା ବାତାବରଣ ସମୟରେ ଶରୀରରେ ଗରମ ରଖିଥାଏ ଏହି କପଡ଼ା। ଏହାକୁ ଆପଣ ସମସ୍ତ ଋତୁରେ ପିନ୍ଧିପାରିବେ।

ଏହାକୁ ୨ହଜାରରୁ ଅଧିକ ଭିନ୍ନ ଭିନ୍ନ ସିନଥେଟିକ୍ ମେଟେରିଆଲରୁ ପ୍ରସ୍ତୁତ କରାଯାଇଛି। ଏହା ଖୁବ ହାଲୁକା ଥିବା ସହ ପାଣି ଶୋଷିବା ଶହ ଶରୀରର ତାପମାନ ମଧ୍ୟ ସଠିକ ଭାବେ ନିୟନ୍ତ୍ରିତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.