Below header

କେନ୍ଦୁଝର ଚମ୍ପୁଆ ରେଞ୍ଜ କାଳିଆପ୍ରସାଦ ଗାଁରେ ହାତୀ ଉପଦ୍ରବ , ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ବହୁ ଫସଲ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଚମ୍ପୁଆ ରେଞ୍ଜ କାଳିଆପ୍ରସାଦ ଗାଁରେ ପୁଣି ହାତୀ ଉପଦ୍ରବ । ୧୮ଟି ହାତୀପଲ ଗାଁରେ ପଶି ଉପଦ୍ରବ ଚଳାଇଛନ୍ତି। ଘର ଭାଙ୍ଗିବା ସହ ବହୁ ଫସଲ ନଷ୍ଟ କରୁଛନ୍ତି । ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀମାନେ ପହଞ୍ଚି ଗାଁଲୋକଙ୍କ ସହାୟତାରେ ହାତୀପଲକୁ ଘଉଡାଇ ଦେଇଥିଲେ।

villageହେଲେ ଗତ କିଛି ଦିନ ହେବ ଏହି ହାତୀ ପଲ ପୁଣି ଚମ୍ପୁଆ ରେଞ୍ଜର ବିଭିନ୍ନ ଅଞ୍ଚଳରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଆସବାବପତ୍ର ଓ ଫସଲ ନଷ୍ଟ କରିଛନ୍ତି। ହାତୀପଲ ଏବେ ପତଳା ଜଙ୍ଗଲ ଭିତରେ ଥିବା ଜଣାପଡିଛି। ହାତୀପଲ ଦିନ ତମାମ ଜଙ୍ଗଲରେ ରହୁଛନ୍ତି ଓ ସଂଧ୍ୟା ହେଲେ ଜନବସତି ଆଡକୁ ମୁହାଁଉଛନ୍ତି। ଫଳରେ ଗାଁଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.