Below header

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ମାମଲା : ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ମାସୁଦ ଆଝାର ଓ ତା’ର ଭାଇ ନାମରେ ଏନ୍‌ଆଇଏର ଚାର୍ଜସିଟ୍‌

ନୂଆଦିଲ୍ଲୀ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଆତଙ୍କବାଦୀ ମାସୁଦ୍‌ ଆଝାର ଓ ତା’ର ଭାଇ ନାମରେ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ଏନ୍‌ଆଇଏ) ଚାର୍ଜସିଟ୍‌ ଦାଖଲ କରିଛି ।

ଜୈସ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାର୍‌, ତା’ର ଭାଇ ଡେପୁଟି ଅବ୍‌ଦୁଲ୍‌ ରଫ୍‌ ଅସ୍‌ଗର୍‌ ଓ ତା’ର ପୁତୁରା ମହମ୍ମଦ ଅମର ପୁଲଓ୍ଵାମା ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି ଏନ୍‌ଆଇଏ କହିଛି ।

ଏମାନେ ସମସ୍ତେ ପାକିସ୍ତାନରେ ଥିବା ବେଳେ ରଫ୍‌ର ବଡି ଗାର୍ଡ ମହମ୍ମଦ ଇସ୍‌ମାଇଲ୍‌ ଭାରତରେ ଥିବା ଆଶଙ୍କା କରାଯାଉଛି । ପ୍ରକାଶଯୋଗ୍ୟ ଯେ ଏହି ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ୍‌ ସହିଦ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.