Below header

ଗୁରୁତର ରୋଗୀଙ୍କୁ ରେଳ ଯାତ୍ରାରେ ମିଳୁଛି 75 ପ୍ରତିଶତ ପର୍ଯ୍ୟନ୍ତ ରିହାତି!

ଭାରତୀୟ ରେଲେଓ୍ଵ କିଛି ସ୍ୱତନ୍ତ୍ର ଲୋକଙ୍କ ପାଇଁ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିବା ଉପରେ ୭୫ ପ୍ରତିଶତ ପଯ୍ୟର୍ନ୍ତ ରିହାତି ଦେଉଛି। ଏହି ବିଶେଷ ବର୍ଗରେ ବୃଦ୍ଧ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ବ୍ୟତୀତ କିଛି ଖାସ୍‌ ରୋଗୀ ମଧ୍ୟ ସାମିଲ ଅଛନ୍ତି। ରୋଗୀମାନେ ଯେପରି ଚିକିତ୍ସା ପାଇଁ ଗୋଟିଏ ସହରରୁ ଅନ୍ୟ ସହରକୁ ଯାଇପାରିବେ ଏବଂ ସେମାନଙ୍କ ଉପରେ ଯେପରି ଭଡ଼ା କମ୍‌ ପଡ଼ିବ, ସେଥିପାଇଁ ରେଲେଓ୍ଵ ସେମାନଙ୍କୁ ଟ୍ରେନ୍‌ ଟିକେଟ୍‌ ଉପରେ ଛାଡ୍‌ ଦେଉଛି। ରୋଗୀଙ୍କ ବ୍ୟତୀତ ସେମାନଙ୍କ ସହ ଯାତ୍ରା କରୁଥିବା ଜଣେ ସହାୟକଙ୍କ ଟିକେଟ୍‌ ଉପରେ ମଧ୍ୟ ରିହାତି ଲାଗୁ ହେଉଛି।

tr55

-ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତାହେଲେ ଆପଣଙ୍କୁ ଟିକେଟ କାଉଣ୍ଟରରେ ବସିଥିବା କର୍ମଚାରୀଙ୍କୁ ଜଣେଇବାକୁ ପଡିବ ଯେ ଆପଣ କେଉଁ ବର୍ଗରେ ରିହାତି ଚାହୁଁଛନ୍ତି। ସେମାନେ ଆପଣଙ୍କୁ ଏ ନେଇ କାଗଜପତ୍ର ମଧ୍ୟ ମାଗିପାରନ୍ତି। ତେଣୁ ରୋଗ ସମ୍ବନ୍ଧିତ ସବୁ କାଗଜପତ୍ର ନିଜ ପାଖରେ ହିଁ ରଖନ୍ତୁ।

-ସେ ଆପଣଙ୍କୁ ଏବଂ ଆପଣଙ୍କ ସହଯୋଗୀଙ୍କ ପାଇଁ ଟିକେଟ ବନାଇଦେବେ। ଏହାପରେ ଯେବେ ଆପଣ ଟ୍ରେନରେ ଯାତ୍ରା କରିବେ, ସେତେବେଳେ ଟିକେଟ ନିରୀକ୍ଷକ ଆପଣଙ୍କୁ ରୋଗ ସମ୍ବନ୍ଧିତ କାଗଜପତ୍ର ମାଗିବେ। ଏଥିପାଇଁ ଯାତ୍ରା କରିବା ପୂର୍ବରୁ ଆପଣଙ୍କୁ ସମ୍ବନ୍ଧିତ ଡାକ୍ତରଙ୍କଠାରୁ ପ୍ରମାଣ ପତ୍ର ମଧ୍ୟ ବନେଇବାକୁ ପଡିବ।

-ଥାଲାସେମିଆ, ହାର୍ଟ ଏବଂ କିଡ଼ନୀ ରୋଗୀଙ୍କୁ ରେଲୱେ ଦ୍ୱାରା ରିହାତି ଦିଆଯାଇଥାଏ। ଥାଲାସେମିଆ ରୋଗୀ ଯଦି ଚେକଅପ ପାଇଁ ଯାଆନ୍ତି, ତାହେଲେ ସେମାନେ ବିଶେଷ ରିହାତି ପାଇଁ ଆପ୍ଲାଏ କରିପାରିବେ।

tar1

-ଏହି ପ୍ରକାର ହାର୍ଟ ସର୍ଜରୀ, କିଡନୀ ଟ୍ରାନ୍ସପ୍ଲାଣ୍ଟ କିମ୍ବା ଡାୟାଲିସିସ ଭଳି ରୋଗୀଙ୍କୁ ମଧ୍ୟ ରିହାତି ମିଳୁଛି। ସେମାନଙ୍କୁ ସେକେଣ୍ଡ କ୍ଲାସ, ସ୍ଲିପର, ଫାଷ୍ଟ କ୍ଲାସ, ଥାର୍ଡ ଏସି, ଏସି ଚେୟାରକାରରେ 75 ପ୍ରତିଶତ ଏବଂ ଫାଷ୍ଟ ଏସି ଓ ସେକେଣ୍ଡ ଏସିରେ 50 ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ।

-ଜଣେ ସହାୟକ ମଧ୍ୟ ରିହାତି ଦାବିଦାରରେ ଆସିଥାଆନ୍ତି। ସେଠି ଟିବି, ଲେପର୍ସ ପେସେଣ୍ଟଙ୍କୁ ସେକେଣ୍ଡ କ୍ଲାସ, ସ୍ଲିପର ଏବଂ ଫାଷ୍ଟ କ୍ଲାସରେ 75 ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ। ଅଣସଂକ୍ରାମକ କୁଷ୍ଠ ରୋଗୀଙ୍କୁ ମଧ୍ୟ ଏହି ରିହାତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.