Below header

ମାସ୍କ ନଲଗାଇ ହଜାରେ ଟଙ୍କା ଫାଇନ୍‌ ଦେଲେ ମହାରାଷ୍ଟ୍ର ନବ ନିର୍ମାଣ ସେନା ନେତା ରାଜ୍‌ ଠାକରେ

କେନ୍ଯୁଜ୍: ମାସ୍କ ନଲଗାଇବାରୁ ୧ହଜାର ଟଙ୍କା ଫାଇନ୍‌ ଦେଲେ ମହାରାଷ୍ଟ୍ର ନବ ନିର୍ମାଣ ସେନା ନେତା ରାଜ୍‌ ଠାକରେ। ରାୟଗଢ ଜିଲ୍ଲାର ମାଣ୍ଡବା ଜେଟ୍ଟିରେ ଏକ ଡଙ୍ଗାରେ ପରିବାର ସହ ଯାତ୍ରା କରୁଥିବା ସମୟରେ ରାଜ ଠାକରେ ମାସ୍କ ପିନ୍ଧି ନଥିଲେ। ଅଧିକାରୀମାନେ ଏହା ଦେଖିବା ପରେ ତାଙ୍କୁ ୧ହଜାର ଟଙ୍କାର ଫାଇନ୍‌ ଆଦାୟ କରିଥିଲେ।

ସୂଚନା ଥାଉକି, ଗତ ୬ମାସ ହେବ ମହାମାରୀ କରୋନା କବଳରେ ସନ୍ତୁଳି ହେଉଛି ସାରା ବିଶ୍ବ । ଯାହାଫଳରେ ସରକାର କରୋନା ଦାଉରୁ ସୁରକ୍ଷା ପାଇବା ପାଇଁ ଅନେକ କଟକଣା ଲାଗୁ କରିଛନ୍ତି । ଯେଉଁଥିରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ସହିତ ସର୍ବସାଧାରଣ ଏବଂ ଗହଳି ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ବ ଦିଆଯାଇଛି। ଅମାନିଆଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମଧ୍ଯ ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.