ଭାଙ୍ଗି ଯିବ କି ବିଜେପି ଗଡ଼ ? କଂଗ୍ରେସ୍ ରଚିଛି ଚକ୍ରବ୍ୟୁହ

ଶେଷ ହୋଇଛି ଛତିଶଗଡ଼ ନିର୍ବାଚନ । ଏବେ ପାଳି ରାଜସ୍ଥାନର । ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି ସବୁ ରାଜନୈତିକ ଦଳ । କିପରି ଭାବରେ ନିର୍ବାଚନରେ ଦଳ ବିଜୟୀ ହେବେ ସେନେଇ ନେତାମାନେ ଲଗାଇଛନ୍ତି ସମସ୍ତ କଳବଳ କୌଶଳ । କିପରି ଭୋଟରମାନଙ୍କୁ ପ୍ରଭାବିତ କରି ନିଜ ନିଜ ଦଳକୁ ବିଜୟର ସ୍ବାଦ ଚଖାଇବେ ସେଥିପାଇଁ ବ୍ଯସ୍ତ ସବୁ ଦଳର ନେତା । ବିଶେଷ କରି ବିଜେପି ଓ କଂଗ୍ରେସର ପ୍ରଦର୍ଶନ ଉପରେ ସାରା ଦେଶର ନଜର ରହିଛି ।

ବର୍ତ୍ତମାନ ସମୟରେ ଦେଶର ୨୨ଟି ରାଜ୍ୟରେ ଶାସନ କରୁଛି ବିଜେପି ସରକାର । ଯଦି ରାଜସ୍ଥାନ ଉପରେ ନଜର ପକାଇବା ଗତଥର ବିଜେପି ନିର୍ବାଚନ ଜିତି ଶାସନ କ୍ଷମତା ହାତକୁ ନେଇଥିଲା। ରାଜସ୍ଥାନର ମୋଟ ୨୦୦ ବିଧାନସଭା ଆସନ ମଧ୍ୟରୁ ବିଜେପି ଗତଥର ୧୬୦ ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ କଂଗ୍ରେସକୁ ୨୫ ଓ ଅନ୍ୟ ଦଳଗୁଡ଼ିକୁ ୧୫ ଆସନ ମିଳିଥିଲା।
ବସୁନ୍ଧରା ସିଂ ରାଜେ ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ରାଜସ୍ଥାନର ଶାସନ ଭାର ସମ୍ଭାଳିଛନ୍ତି । ପ୍ରଥମ ଥର ୨୦୦୩ରୁ ୨୦୦୮ ଯାଏଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୩ରୁ ସେ ପୁଣି ଶାସନକୁ ଫେରିଛନ୍ତି । ତେଣୁ ଚଳିତ ଥର ମଧ୍ୟ ସେଠାରେ ଶାସନ କରିବା ପାଇଁ ନିଜର ଋଣନୀତି ପ୍ରସ୍ତୁତ କରିଛି ବିଜେପି ।

rajasthanସେପଟେ କଂଗ୍ରେସ୍ ମଧ୍ୟ ବିଜେପିକୁ ପୂରା ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛି । କାରଣ ଏଥର କଂଗ୍ରେସର ସମ୍ମାନର ପ୍ରଶ୍ନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମର ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି । ଏଥିପାଇଁ ଦଳଗୁଡ଼ିକ ଜୋରସୋରରେ ଲାଗିପଡ଼ିଛନ୍ତି ।

ଏକ ସର୍ଭେ ଅନୁସାରେ ରାଜସ୍ଥାନରେ ସରକାରରେ ଥିବା ବିଜେପିକୁ ଚଳିତ ନିର୍ବାଚନରେ ମାତ୍ର ୪୫ ସିଟ୍ ମିଳିପାରେ । କିନ୍ତୁ କଂଗ୍ରେସ ୧୪୫ଟି ସିଟରେ ବିଜୟୀ ହୋଇ ସରକାର ଗଢିବ ବୋଲି ସି-ଭୋଟର ସର୍ଭେ ରିପୋର୍ଟରେ କୁହାଯାଇଛି ।

ଭାଙ୍ଗିଯିବ ବିଜେପି ଗଡ଼ ? ସର୍ଭେ କହୁଛି ରାଜସ୍ଥାନରେ କଂଗ୍ରେସ ଗଢ଼ିପାରେ ସରକାର

Rajasthan Congressତେବେ ରାଜସ୍ଥାନରେ ନିର୍ବାଚନ ଫଳାଫଳକୁ ନେଇ ଚମକାଇ ଦେଲାଭଳି ସର୍ଭେ କରିଛି ସି-ଭୋଟର । ପୂର୍ବାନୁମାନ ଅନୁଯାୟୀ, ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡ଼ା ମୁକାବିଲା । ରାଜସ୍ଥାନରେ ମୋଟ ବିଧାନସଭା ସିଟ ସଂଖ୍ୟା ୨୦୦ ରହିଛି । ବିଜେପିର ୧୬୦ଟି ସିଟ୍‌ ଥିବା ବେଳେ କଂଗ୍ରେସ ହାତରେ ୨୫ଟି ସିଟ ରହିଛି । ସେହିପରି ବିଏସପିର ୨ଟି ଆସନ ଅନ୍ୟାନ୍ୟ ଦଖଲରେ ଅଛି ୧୦ଟି ସିଟ୍‌।

ତେବେ ସର୍ଭେ କହୁଛି ରାଜସ୍ଥାନର ମୋଟ୍ ବିଧାନସଭା ସିଟରୁ କଂଗ୍ରେସ୍ ହାତକୁ ଯିବ ୧୩୦ଟି ସିଟ୍ । ସେହିପରି ବିଜେପିକୁ ୫୭ ଓ ଅନ୍ୟ ଦଳକୁ ୧୩ ସିଟ ମିଳିବ ବୋଲି ଆକଳନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ରୂପେ କଂଗ୍ରେସର ଚାଣକ୍ଯ ଅଶୋକ ଗେହଲତଙ୍କୁ ପସନ୍ଦ କରୁଛନ୍ତି ୪୧ % ଲୋକ । ସେହିପରି ବସୁନ୍ଧରା ରାଜେଙ୍କୁ ୨୪ % ଲୋକ ପସନ୍ଦ କରୁଥିବା ବେଳେ ସଚିନ ପାଇଲଟଙ୍କୁ ପସନ୍ଦ କରୁଛନ୍ତି ୧୮ % ଲୋକେ । ଯାହା ଫଳରେ ଏଠାରେ ବିଜେପିକୁ ୩୯ %, କଂଗ୍ରେସକୁ ୪୦ % ଓ ଅନ୍ୟ ଦଳକୁ ୨୧ % ଭୋଟ୍ ମିଳିପାରେ ପାରେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ତେଣୁ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ରାଜସ୍ଥାନରେ ଘନ ଘନ ପ୍ରଚାର ଚଳାଇଛନ୍ତି ମୋଦି-ଶାହା ।

ଗେହଲତ୍ ଏବଂ ଚନ୍ଦ୍ରରାଜଙ୍କ ଯୁଗଳବନ୍ଦୀ ଆଣିପାରେ ବିଜେପି ପାଇଁ ସଙ୍କଟ :

chandra-raj-singhviଶୁଣିବାକୁ ମିଳିଛି ନିଜ ରାଜନୈତିକ ବିଶ୍ଳେଷଣ ଏବଂ ଯୋଡ – ତୋଡ ଗଣିତରେ ମାହିର୍ ଚନ୍ଦ୍ରରାଜ ସିଙ୍ଘବୀ, ଯିଏ କେବେ ଥିଲେ ବସୁନ୍ଧରା ରାଜେଙ୍କ ଶିବିରରେ ଏଥର ଗେହଲତଙ୍କ ସ୍ବରରେ ସ୍ବର ମିଳାଇପାରନ୍ତି । ଭିତିରି ଖବର ଯେ ଅଶୋକଙ୍କ ସାଥ ଦେବେ ଚନ୍ଦ୍ରରାଜ୍ । ସେଥିପାଇଁ ଫିଲଡ ସେଟ୍ ମଧ୍ୟ କରି ସାରିଲେଣି । ଏହି ଦୁଇ ନେତାଙ୍କ ଯୁଗଳବନ୍ଦୀ ବିଜେପି ପାଇଁ ଘାତକ ସାବ୍ଯସ୍ତ ହୋଇପାରେ ।

ନୂଆ ଘୋଡ଼ା ଜିତି ପାରିବେନି ରେସ୍ :

ସିଙ୍ଘବୀଙ୍କ ଅନୁଯାୟୀ, ନିଜର ସମସ୍ତ ପୁରୁଣା ନେତାଙ୍କୁ ବାହାର ରାସ୍ତା ଦେଖାଇ ସାରିଛନ୍ତି ବସୁନ୍ଧରା ରାଜେ । ଏବେ ନୂଆ ଘୋଡ଼ାଙ୍କ ନିକଟରେ ସେ ଦମ୍ ନାହିଁ ଯେ ଏହି ରେସ୍ ଜିତିପାରିବେ ।

ପରଦା ପଛରେ ବିଜେପି ପାଇଁ ଚକ୍ରବ୍ଯୁହ:

କିଛି ଦିନ ତଳେ ଦିଲ୍ଲୀରେ ଅଶୋକ ଗେହଲତ୍ ଏବଂ ଅହମ୍ମଦ ପଟେଲଙ୍କୁ ସାକ୍ଷାତ କରିଥିଲେ ଚନ୍ଦ୍ରରାଜ୍ । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ କଂଗ୍ରେସକୁ ମଜଭୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଚନ୍ଦ୍ରରାଜ୍ । ବିଜେପିକୁ ଘେରିବାରେ ଚନ୍ଦ୍ରରାଜ କିଛି ଏମିତି ବ୍ଯକ୍ତିଙ୍କୁ ସାମ୍ନାକୁ ଆଣୁଛନ୍ତି, ଯେଉଁମାନେ ବିଜେପିକକୁ କ୍ଷତି ପହଂଚାଇବାରେ କ୍ଷମତା ରଖୁଛନ୍ତି ।

କେଉଁ ନେତାଙ୍କ ଉପରେ ଜନତାଙ୍କ ନଜର , ୫ଟି ହଟ୍ ସିଟ୍ :

ରାଜସ୍ଥାନର ୫ ଟି ସିଟରେ କେବଳ ସମସ୍ତ ରାଜନୈତିକ ଦଳଙ୍କର ନୁହେଁ ବରଂ ପୁରା ଦେଶବାସୀଙ୍କ ରହିଛି ନଜର ।

ଝାଲାରାପାଟନ୍ :

vasundhara rajeଏଠାରୁ ଲଗାତାର ତିନି ଥର ବିଧାୟକ ହୋଇଛନ୍ତି ବସୁନ୍ଧରା ରାଜେ । ଚତୁର୍ଥ ଥର ପାଇଁ ପୁଣି ଥରେ ମୈଦାନକୁ ଓହ୍ଲାଇଛନ୍ତି । ମୁଖ୍ଯମନ୍ତ୍ରୀଙ୍କୁ ତାଙ୍କରି ଘରେ ଘେରିବାକୁ କଂଗ୍ରେସ୍ ମୈଦାନକୁ ଓହ୍ଲାଇଛି ଜସବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ । ଆଉ ଏହି ଚକ୍ରବ୍ଯୁହରେ ମାନବେନ୍ଦ୍ରଙ୍କ ସାଥ୍ ଦେବେ ରାଜ୍ଯର ଚର୍ଚ୍ଚିତ ଆଇପିଏସ୍ ଅଧିକାରୀ ପଙ୍କଜ ଚୌଧୁରଙ୍କ ପତ୍ନୀ ମୁକୁଲ୍ ।

ଟଙ୍କ :

sachinଏଠାରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବେ ସଚିନ୍ ପାଇଲଟ୍ । ଏଠାରେ ଅଧିକାଂଶ ଭୋଟର ମୁସଲମାନ୍ ହୋଇଥିବାରୁ ୟୁନୁସ୍ ଖାନଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି । ଏହି କ୍ଷେତ୍ରରେ ୨ ଲକ୍ଷ ୨୨ ହଜାର ୫୩୭ ଭୋଟର ଅଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୪୦ ହଜାର ମୁସଲମାନ୍, ୩୦ ହଜାର ଗୁଜର, ୩୫ ହଜାର ଅନୁସୂଚିତ ଜାତି ଏବଂ ୧୫ ହଜାର ମାଳି ଏବଂ ବାକି ଅନ୍ଯାନ୍ଯ ଅଛନ୍ତି ।

ସରଦାରପୁରା :

Ashok_Gehlotଏଠାରୁ ୫ମ ଥର ପାଇଁ ନିର୍ବାଚନ ଲଢୁଛନ୍ତି କଂଗ୍ରେସର ପୂର୍ବତନ ମୁଖ୍ଯମନ୍ତ୍ରୀ ଅଶୋକ ଗେହଲତ୍ । ତାଙ୍କ ସାମ୍ନାରେ ଅଛନ୍ତି ରାଜପୁତ ସମାଜର ପ୍ରମୁଖ ନେତା ସମ୍ଭୁସିଂହ ଖେତାସର ।

ନାଥଦ୍ବାରା :

ଏଠାରେ ମୁହାଁମୁହିଁ ହେବେ କଂଗ୍ରେସର  ସିପି ଜୋସୀ ଏବଂ ବିଜେପି ସାଗିର୍ଦ ମହେଶ ପ୍ରତାପ ସିଂହ । ଗତ ବିଧାନସଭା ନିର୍ବାଚନରେ ଜୋସୀ ମାତ୍ର ଗୋଟିଏ ଭୋଟରେ ହାରିଥିଲେ । ଏଠାରେ ସମୁଦାୟ ଭୋଟରଙ୍କ ସଂଖ୍ଯା ହେଉଛି ୨ ଲକ୍ଷ ୨୬ ହଜାର ୩୯୮ ।

ଉଦୟପୁର :

gulab chandଏଠାରେ ବିଜେପିର ଗୃହମନ୍ତ୍ରୀ ଗୁଲାବଚନ୍ଦ କଟାରିଆଙ୍କୁ ଟକ୍କର ଦେବେ କଂଗ୍ରେସର ବରିଷ୍ଠ ନେତା ଡ. ଗିରିଜା ବ୍ଯାସ୍ ।
ଏବେ ରାଜସ୍ଥାନ ବ୍ଯତୀତ ଦେଖନ୍ତୁ ଅନ୍ଯ ରାଜ୍ଯଗୁଡିକର ବିଧାନସଭା ଗଣିତ ।

ଏବେ ରାଜସ୍ଥାନ ପରେ ନଜର ପକାନ୍ତୁ ନିର୍ବାଚନ ହେବାକୁ ଥିବା ଅନ୍ଯ ରାଜ୍ଯଗୁଡିକର ବିଧାନସଭା ଗଣିତ 

ଛତିଶଗଡ଼

ଛତିଶଗଡରେ ମୋଟ ୯୦ଟି ସିଟ୍କ ଥିବା ବେଳ ବିଜେପିର ୪୯ଟି ଆସନ ରହିଛି । କଂଗ୍ରେସର ରହିଛି ୩୯ଟି ସିଟ । ବିଏସପିର ଗୋଟିଏ ସିଟ ଥିବା ବେଳେ ଅନ୍ୟାନ୍ଯରେ ରହିଛି ଗୋଟିଏ । ବର୍ତମାନ ରମଣ ସିଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ୧୪ ବର୍ଷ ହେଲା ଛତିଶଗଡ ଶାସନ ଡୋରି ତାଙ୍କ ହାତରେ ରହିଛି । ୨୦୦୩ରୁ ୨୦୦୮ ଓ ୨୦୦୮ ରୁ ୨୦୧୩ ଓ ୨୦୧୩ରୁ ବର୍ତ୍ତମାନ ଯାଏ ରମଣ ସିଂ ଗାଦି ସମ୍ଭାଳିଛନ୍ତି ।

ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶ ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ୨୩୦ ରହିଛି । ବିଜେପି ପାଖରେ ୧୬୬ଟି ସିଟ ଥିବା ବେଳେ କଂଗ୍ରେସ ପାଖରେ ରହିଛି ୫୭ଟି । ସେହିପରି ବିଏସପି ଦଖଲରେ ୪ଟି ସିଟ ଥିବା ବେଳେ ଅନ୍ୟାନ୍ୟକୁ ମିଳିଛି ୩ଟି ଆସନ । ବର୍ତମାନ ଶିବରାଜ ସିଂ ଚୌହ୍ୱାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି । ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ।

ତେଲେଙ୍ଗାନା

ତେଲେଙ୍ଗାନାରେ ମୋଟ ସିଟ ସଂଖ୍ୟା ୧୧୯ ଥିବା ବେଳେ ଟିଆରଏସର ୯୦ ସିଟ ରହିଛି । କଂଗ୍ରେସର ୧୩ଟି ସିଟ ଥିବା ବେଳେ ବିଜେପିର ୦୫ଟି ସିଟ ରହିଛି । ସେହିପରି ଟିଡିପିର ୩ଟି ସିଟ ଥିବା ଅନ୍ୟାନ୍ୟ ୮ଟି ସିଟ ରହିଛି । ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ପାଇବା ପରେ ୨୦୧୪ରୁ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କେ. ଚନ୍ଦ୍ରଶେଖର ରାଓ ଦାୟିତ୍ୱ ସମ୍ଭାଳିଛନ୍ତି ।

ମିଜୋରାମ

ମିଜୋରାମରେ ୪୦ଟି ବିଧାନସଭା ଆସନ ଥିବା ବେଳେ କଂଗ୍ରେସର ୩୪ଟି ଏମଏନଏଫର ୫ଟି ସିଟ ରହିଛି । ଏମପିସିର ଗୋଟିଏ ସିଟ ରହିଛି । କଂଗ୍ରେସ ଲାଲ ଥନୱାଲା ୨୦୦୮ରୁ ଆଜି ପର୍ଯ୍ୟନ୍ତ ମିଜୋରାମର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.