Below header

ଚୀନ୍‌ର ସ୍ୱର ନରମିଲା : କହିଲା, ମତଭେଦ ଦୂର କରି ଭାରତ ସହ ରାଜନୈତିକ ବିଶ୍ୱାସ ବୃଦ୍ଧି କରି କାମ କରିବାକୁ ଚାହୁଁ

ନୂଆଦିଲ୍ଲୀ : ଭାରତ ସହ ରାଜନୈତିକ ବିଶ୍ୱାସ ବୃଦ୍ଧି କରିବା ସହ ମତଭେଦ ଦୂର କରି ଏକ ଦୀର୍ଘ ମିଆଦି ଦ୍ୱିପାକ୍ଷିକ ଚୁକ୍ତିର ଅଭିବୃଦ୍ଧି ନେଇ ଆମେ କାମ କରିବାକୁ ଚାହୁଁ ବୋଲି ସୋମବାର ଚୀନ୍‌ ପ୍ରକାଶ କରିଛି । ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରୁ ବୀର ଯବାନଙ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ ଚୀନ୍‌ର ଜଣେ ସାମ୍ବାଦିକଙ୍କ ଉତ୍ତରରେ ବିଦେଶ ମନ୍ତ୍ରୀଙ୍କ ମୂଖପାତ୍ର ଝାଓ ଲିଜାନ ଏହା କହିଛନ୍ତି ।

ଦେଶର ସମ୍ପ୍ରଭୁତା ପ୍ରତି ଯେଉଁମାନେ ଆହ୍ଵାନ ଦେଇଛନ୍ତି ଆମ ଭାରତୀୟ ଯବାନମାନେ ତାଙ୍କୁ ଏଲ୍‌ଓସି କିମ୍ବା ଏଲ୍‌ଏସିରେ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କାହାର ନାମ ନନେଇ ଲାଲ୍‌କିଲ୍ଲାରୁ କହିଥିଲେ । ଯାହାକି ସିଧାସଳଖ ଚୀନ୍‌ ଓ ପାକିସ୍ତାନକୁ ଇସାରା କରିଥିଲା । ଚୀନ୍‌ ଗଲଓ୍ଵାନ ଘାଟିରେ ଆକ୍ରମଣ କରିଥିବା ବେଳେ ପାକିସ୍ତାନ ସୀମା ଆରପଟୁ ଯୁଦ୍ଧ ବିରତି ଉଂଲଘନ କରିଚାଲିଛି ।

 

modi-99

ସାମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ଝାଓ କହିଥିଲେ ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନୋଟ୍‌ କରିଛୁ । ଭାରତ ଓ ଚୀନ୍‌ କେବଳ ନିକଟର ପଡୋଶୀ ନୋହୁଁ ସବୁଠୁ ଜନବହୁଳ ଦେଶ । ତେଣୁ ଦୁଇ ଦେଶର ଲୋକଙ୍କ ହିତ ଓ ବିକାଶ ଦୃଷ୍ଟିରୁ ଉଭୟ ଦେଶ ଦୀର୍ଘକାଳୀନ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଠିକ୍‌ ଢ଼ଙ୍ଗରେ ଆମର ମତଭେଦକୁ ଦୂର କରିବାକୁ ହେବ ।

ସନ୍ତ୍ରାସବାଦ ହେଉ ବା ବିସ୍ତାରବାଦ ଭାରତ ଉଭୟକୁ କଠୋର ଢ଼ଙ୍ଗରେ ସାମ୍ନା କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଉଭୟ ଚୀନ୍‌ ଓ ପାକିସ୍ତାନରେ ବଡ଼ ପ୍ରତିକ୍ରିୟା ସୃଷ୍ଟି କରିଛି । ଭାରତର ଅନ୍ତର୍ଜାତୀୟ ପଲିସି ଯୋଗୁ ଚୀନ୍‌ ସାବାଡ଼ ହେବା ସହ ଆମେରିକା ଭଳି ଦେଶ ମଧ୍ୟ ଭାରତର ନିକଟତର ହୋଇଛି ।

ପ୍ରକାଶଯୋଗ୍ୟ ଯେ ଭାରତ ଦେଶରେ ଚାଲିଥିବା ଚୀନ୍‌ର ସବୁ ଆପ୍‌ ବନ୍ଦ କରିବା ସହ ଚୀନ୍‌ ସହ ହୋଇଥିବା ସମସ୍ତ ଟେଣ୍ଡରକୁ ବାତିଲ୍‌ କରିଥିଲା । ଫଳରେ ଚୀନ୍‌ର ଆର୍ଥିକ ସ୍ଥିତିରେ ବଡ଼ ପ୍ରଭାବ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.