ନିଜ ୯୩ ଜନ୍ମଦିନ ପାର୍ଟିରେ ଜଲଓ୍ଵା ଦେଖେଇଲେ ଦାଦି, ଲୋକେ କହିଲେ ‘ୟାକୁ ହିଁ କୁହନ୍ତି ଜୀବନ’

ସବୁ କିଛି ବୟସରେ ନଥାଏ, ମନରେ ଆବେଗ ରହିବା ଆବଶ୍ୟକ। ହୃଦୟରୁ ଯିଏ ଯୁବା ତାଙ୍କୁ ବୟସ ବି ବୁଢ଼ା କରିପାରିବନାହିଁ। ଯଦି ବିଶ୍ୱାସ ହେଉନି ତାହେଲେ ଏ ଦାଦିଙ୍କୁ ଟିକେ ଦେଖିଦିଅନ୍ତୁ। ସୋସିଆଲ ମିଡିଆରେ ଦାଦିଙ୍କର ବାର୍ଥଡେ ବସ୍‌ ପୂରା ଛାଇ ଯାଇଛି।

ଦାଦିମା ୯୩ତମ ଜନ୍ମଦିନ ପାଳନ କରିଛନ୍ତି, ଏହି ବୟସରେ ତ ଲୋକମାନେ ବାଡି ଧରି ଚାଲନ୍ତି କିନ୍ତୁ ଦାଦି ମା ଜଣଙ୍କ ରଣବୀର ସିଂହଙ୍କ ପପୁଲାର ଗୀତ ‘ଆଙ୍ଖ ମାରେ’ରେ ଡ୍ୟାନ୍ସ କରୁଥିବା ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଯାହା ଲୋକମାନଙ୍କ ହୃଦୟ କିଣିନେଇଛି।

ଏହି ଭିଡିଓକୁ ଗତ ସପ୍ତାହରେ ଫେସବୁକ ୟୁଜର ଗୌରବ ଶାହା ସେୟାର କରିଥିଲେ। ଯାହା ଭାଇରାଲ ହେବାର ମାତ୍ର କିଛି ସମୟ ମଧ୍ୟରେ ଖୁବ୍‌ ଭାଇରାଲ ହୋଇଗଲା। ଏହି ଭିଡିଓକୁ ଯିଏ ଦେଖୁଛି ତାଙ୍କ ମୁହଁରେ ଏକଦମ୍‌ ହସ ଆସିଯାଉଛି।

ଦାଦିମାଙ୍କର ୯୩ତମ ବାର୍ଥଡେ ସେଲିବ୍ରେସନରେ ତାଙ୍କ ଡ୍ୟାନ୍ସ ଦେଖି ବହୁତ ୟୁଜର୍ସ ଆଶ୍ଚର୍ଯ୍ୟ ହେବା ସହିତ ଦାଦିଙ୍କ ଡ୍ୟାନ୍ସ ଦେଖି ଖୁସି ମଧ୍ୟ ହେଉଛନ୍ତି। କିଛି ୟୁଜର୍ସ ତ କହୁଛନ୍ତି ଇଏ ହେଉଛନ୍ତି ସଂସାରର ସବୁଠାରୁ ସୁଖି ମାଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.