Below header

ଅନିଲ ଅମ୍ବାନୀଙ୍କୁ ୬ ସପ୍ତାହରେ ୭୦୦ କୋଟି ଦାଖଲ ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ, ଏପରି ପ୍ରତିକ୍ରିୟା ରଖିଲେ ଅନିଲ

ବ୍ରିଟେନର ଏକ ଅଦାଲତ ରିଲାଏନ୍ସ ଗ୍ରୁପ ଚେୟାରମ୍ୟାନ ଶୁକ୍ରବାର ୧୦ କୋଟି ଡ଼ଲାର ବା ୭୨୫ କୋଟି ୧୬ ଲକ୍ଷ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ଚୀନର ଏକ ଶୀର୍ଷ ବ୍ୟାଙ୍କର ଅପିଲର ଶୁଣାଣି କରୁଥିବା ସମୟରେ ହିଁ ଅନିଲ ଅମ୍ବାନିଙ୍କ ଠାରୁ ୬୮ କୋଟି ଟଙ୍କା ଡ଼ଲାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଟଙ୍କା ଦାଖଲର ସମୟ ସୀମା ଅଦାଲତ ତରଫରୁ ୬ ସପ୍ତାହ ପାଇଁ ଦିଆଯାଇଛି । ଏହା ସହ ବ୍ୟାଙ୍କ ତରଫରୁ କୁହାଯାଇଥିଲା କି ଅନିଲ ଅମ୍ବାନୀ ନିଜ ପୁରୁଣା କରଜ ଗୁଡିକୁ ଚୁକେଇବା ପାଇଁ ବ୍ୟକ୍ତିଗତ ଗ୍ୟାରେଣ୍ଟି ସହ ୬୫ ଆରବ ୮୩ କୋଟି ୪ ଲକ୍ଷ ୭୮ ହଜାର ତାଙ୍କର ଋଣ ନେଇଥିଲେ । କିନ୍ତୁ ଅମ୍ବାନୀଙ୍କ ତରଫରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇ ଥିବା ବେଳେ ।

anil new

 

ଏହା ସହ ଅନିଲ କହିଛନ୍ତିକି ଏବେ ଟଙ୍କା ପାଖରେ ଜମା ବି ଅର୍ଥ ନାହିଁ । ଏମିତିକି ତାଙ୍କ ନେଟବର୍ଥ ପାଖାପାଖି ଶୁନ ରହିଛି । ତେଣୁ ଋଣ ରାଶି ଆଦାୟ କରିବା ପାଇଁ ବ୍ରିଟେନ ଅଦାଲତରେ ବ୍ୟାଙ୍କ ତରଫରୁ ମାମଲା ଦର୍ଜ କରାଯାଇଥିଲା । କିନ୍ତୁ ଅଦାଲତ ଅନିଲଙ୍କ ଦେବାଳିଆ ସ୍ଥିତିକୁ ସମ୍ପୂର୍ଣ ରୂପେ ଅସ୍ବୀକାର କରିଛନ୍ତି । ଅନ୍ୟ ପକ୍ଷରେ ରିଲାଏନ୍ସ ଗ୍ରୁପ ଅଦାଲତର ଏପରି ନିଷ୍ପତି ବିରୋଧରେ ଅତିଶୀଘ୍ର ଅପିଲ କରାଯିବ ବୋଲି ଜଣାଯାଇଛି । ବ୍ୟାଙ୍କ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି ଅନିଲ ବିଳାସ ବ୍ୟାସନର ଜୀବନ ଅତିବାହିତ କରୁଥିବା ବେଳେ ତାଙ୍କ ନିକଟରେ ଜମା ଅର୍ଥ ନାହିଁ ଭଳି କଥାକୁ ବିଶ୍ୱାସ କରାଯାଇପାରିବ ନାହିଁ । କିଛି ମାସ ପୂର୍ବରୁ ହିଁ ଅନିଲନ୍କ ୫୦୦ କୋଟିର କରଜକୁ ତାଙ୍କ ବଡ ଭାଇ ମୁକେଶ ସୁଝିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.