କେନ୍ଦୁଝର: ସର୍ଟ ସର୍କିଟ ଯୋଗୁ ଅଘଟଣ, ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଲୁହା ପଥର ବୋଝେଇ ଟ୍ରକ୍

କେନ୍ଦୁଝର: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଲୁହା ପଥର ବୋଝେଇ ଟ୍ରକ । ନିଆଁ ଲାଗିବା ପରେ ଡ୍ରାଇଭର ଫେରାର ହୋଇଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଶୈଲଙ୍ଗ ଓଭରବ୍ରିଜ୍ ଉପରେ ନିଆଁ ଲାଗିବାରୁ ଟ୍ରକଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଛି । ସର୍ଟ ସର୍କିଟ ଯୋଗୁ ଗାଡିରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଘସିପୁରା ଅଗ୍ନିସମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେପଟେ ଘଟଣାର ଅଧିକ ତଦନ୍ତ କରୁଛି ଘସିପୁରା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.