RTO ଅଫିସରଙ୍କୁ ଜଣାନଥିଲା ମହିଳାଙ୍କ ଡ୍ରେସିଂ ସେନ୍ସ, ବିଚାରୀ ଯୁବତୀଙ୍କର ରଦ୍ଦ କରିଦେଲେ ଡ୍ରାଇଭିଂ ଲାଇସେନ୍ସ

ସାଧାରଣତଃ ସବୁ ମହିଳା ଏବଂ ଯୁବତୀ ମାନଙ୍କୁ ନିଜ ଇଚ୍ଛା ଏବଂ ପସନ୍ଦ ଅନୁଯାୟୀ ଡ୍ରେସ ପିନ୍ଧିବାକୁ ଭଲ ଲାଗିଥାଏ କିନ୍ତୁ ନିଜ ପସନ୍ଦ ଅନୁସାରେ ଝିଅମାନ ଡ୍ରେସ ପିନ୍ଧିପାରିବେ ନାହିଁ ଏମିତି ଭାରତରେ ଏକ ସାଧାରଣ କଥା। ଏହି ପ୍ରଥା କେବଳ ଆମ ଦେଶ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି, କିନ୍ତୁ ଏହାର ପ୍ରଭାବ ଭାରତରେ ଅଧିକ ଦେଖାଯାଏ।
ଏମିତି ଏକ ଘଟଣା ଚେନ୍ନାଇରେ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳାଙ୍କୁ ଡ୍ରାଇଭିଂ ଟେଷ୍ଟ ପାଇଁ ମନା କରିଦିଆଗଲା ତାହା ପୁଣି ଡ୍ରେସିଂ ସେନ୍ସ ପାଇଁ। ମହିଳା ଜଣଙ୍କ ସ୍ଲିଭଲେସ୍ ଟପ୍ ଏବଂ ଜିନ୍ସ ପିନ୍ଧି ଟେଷ୍ଟ ଡ୍ରାଇଭ ପାଇଁ ଆସିଥିଲେ। ପେଶାରେ ମହିଳା ଜଣଙ୍କ ସଫ୍ଟେଓ୍ଵୟାର କମ୍ପାନୀରେ କାର୍ଯ୍ୟରତ। ସେ ଆରଟିଓ ବିଭାଗକୁ ଲାଇସେନ୍ସ କରିବା ପାଇଁ ଆସିଥିଲେ କିନ୍ତୁ ଆରଟିଓ ଅଧିକାରୀ ତାଙ୍କ ପୋଷାକ ପରିଧାନ ପାଇଁ ଟେଷ୍ଟ ପାଇଁ ମନା କରିଦେଲେ।
ଏହାପରେ ଆରଟିଓର ବଡ ଅଫିସରଙ୍କ ପାଖକୁ କଥା ଗଲା, ସେ କହିଲେ ଯେ ସରକାରଙ୍କ ପକ୍ଷରୁ ଏଭଳି କୌଣସି ନିୟମ ନାହିଁ ଯେଉଁଥିରେ ମହିଳାଙ୍କ ଡ୍ରେସକୁ ନେଇ ନିର୍ଦ୍ଧାରିତ କରାଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ଆରଟିଓ ଅଧିକାରୀ ଏହାକୁ ବିରୋଧ କରିଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ।