ଟ୍ରକ୍ ଡାଲାରୁ ମିଳିଲା ୩୯ଟି ମୃତଦେହ, ସତ ଜାଣିଲେ ଟାଙ୍କୁରି ଉଠିବ ଲୋମ

ଟ୍ରକ୍କୁ ସାଧାରଣତଃ ଦୂର ସ୍ଥାନକୁ ଜିନିଷପତ୍ର ନେବା ଆଣିବା ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଟ୍ରକରେ ଆସବାବପତ୍ର ବଦଳରେ ଯଦି ଶବ ସ୍ଥାନାନ୍ତର କରାଯାଉଥିବ, ତେବେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ୍। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଣ୍ଡନରେ। ଲଣ୍ଡନରେ ଏକ ଲରି କଣ୍ଟେନର ଭିତରୁ ଗୋଟିଏ ନୁହେଁ ମିଳିଛି ୩୯ଟି ଶବ। ସୂଚନାମୁତାବକ, ଏହି ଟ୍ରକଟି ବୁଲଗେରିଆରୁ ଆସୁଥିଲା।
ପୋଲିସର କହିବାନୁସାରେ ଇଷ୍ଟ ଅଫ୍ ଲଣ୍ଡନର ଗ୍ରାଇସ୍ସ୍ଥିତ ଇଣ୍ଡଷ୍ଟ୍ରିଆଲ ପାର୍କ ନିକଟରେ ଏକ ଟ୍ରକରେୁ ୩୯ ଜଣଙ୍କ ମୃତଦେହ ଜବତ ହୋଇଛି। ସେଥିମଧ୍ୟରୁ ଜଣେ ନାବାଳକ ବୋଲି ଜଣାଯାଇଛି। ଏହି ଘଟଣାରେ ପୋଲିସ ଆୟାର୍ଲ୍ୟାଣ୍ଡର ଏକ ୨୫ ବର୍ଷୀୟ ଯୁବକକୁ ଗିରଫ କରିଥିବା ସୂଚନା ମିଳିଛି। ପୋଲିସ ଏସମ୍ପର୍କରେ ତଦନ୍ତ ଜାରି ରଖିଛି। ଯାଞ୍ଚ ପରେ ହତ୍ୟାର କାରଣ ପଦାକୁ ଆସିବ ବୋଲି ପୋଲିସ କହିଛି।
ଏହାସହ ପଢ଼ନ୍ତୁ: ସାପକୁ ଗିଳୁଥିଲା ସାପ, ଆଉ ଏତିକି ବେଳେ ପ୍ରତିବନ୍ଧକ ସାଜିଲା ବିରୁଡ଼ି, ଦେଖନ୍ତୁ ତା’ପରେ କ’ଣ ହେଲା
ଏହି ଘଟଣାରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କହିଛନ୍ତି ଯେ ଏହି ଖବର ଶୁଣି ସେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି। ସେ ଏହି ମାମଲାର ସମସ୍ତ ଅପ୍ଡେଟ୍ ଉପରେ ନଜର ରଖିଥିବା ଟ୍ଵିଟ୍ କରି କହିଛନ୍ତି।
ପୋଲିସ ସୂଚନା ଅନୁସାରେ ସେ ଆମ୍ବୁଲାନ୍ସ ସର୍ଭିସ ତରଫରୁ ରାତି ପ୍ରାୟ ୧.୪୦ରେ ଏ ବାବଦରେ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଟ୍ରକରେ ୩୯ଟି ଶବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ପୋଲିସ ସମସ୍ତ ମୃତଦେହର ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛି। ସମସ୍ତ ମୃତଦେହ ବୁଲଗେରିଆରୁ ଆସିଥିବା ସନ୍ଦେହ କରାଯାଉଥିବା ସୂଚନା ଦେଇଛି ପୋଲିସ। ତେବେ କେହି ଉଦ୍ଦେଶ୍ୟମୂଳକ ଭାବେ ଏତେ ଲୋକଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।