Below header

ପୂର୍ବ ୟୁକ୍ରେନ ଡୋନବାସ ଉପରେ ରୁଷସେନାର ସାଂଘାତିକ ଆକ୍ରମଣ, ୪୦ରୁ ଅଧିକ ସହରକୁ ଟାର୍ଗେଟ କରି ମିସାଇଲ ଓ ବୋମା ମାଡ଼

କେନ୍ୟୁଜ୍(ବ୍ୟୁରୋ): ୪୦ ସହରକୁ ରୁଷର ଟାର୍ଗେଟ । ପୂର୍ବ ୟୁକ୍ରେନ ଡୋନବାସ ଉପରେ ରୁଷସେନା ସାଂଘାତିକ ଆକ୍ରମଣ କରୁଛନ୍ତି । ୪୦ରୁ ଅଧିକ ସହରକୁ ଟାର୍ଗେଟ କରି ମିସାଇଲ ଓ ବୋମା ମାଡ଼ କରୁଛନ୍ତି । ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ରୁଷ ହମଲାରେ ୫୨ଟି ଆପାର୍ଟମେଣ୍ଟ ଓ ଘରୋଇ ଆବାସିକ ନଷ୍ଟ ହୋଇଛି ।

କିଛି ରେଳ ଲାଇନ ଧ୍ୱଂସ ହୋଇଛି । ୨୪ଘଣ୍ଟାରେ ୭୬୦ ଲୋକଙ୍କୁ ଯୁଦ୍ଧ ଅଞ୍ଚଳରୁ ଉଦ୍ଧାର କରିଛି ୟୁକ୍ରେନ । ଲୁହାନସ୍କ ଅଞ୍ଚଳର ସେଭେରୋଡୋନେସ୍କ ଓ ଲିସିଚାଂସ୍କ ଉପରେ ଜୋରଦାର ଆକ୍ରମଣ ହୋଇଛି । ଆକ୍ରମଣରେ ୧୧ଟି ଉଚ୍ଚ ଅଟ୍ଟାଳିକା ଧ୍ୱସ୍ତବିଧ୍ୱସ୍ତ ହୋଇଛି । ଖାରକିଭରେ ଆକ୍ରମଣ ଯୋଗୁ ୯ ଜଣ ପ୍ରାଣ ହରାଇଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.