Below header

ବୁଚା ନରସଂହାର ପରେ ରୁଷକୁ ଜାତିସଂଘରୁ ଲାଗିଲା ବଡ଼ ଝଟକା: ଜାତିସଂଘ ମାନବାଧିକାର ପରିଷଦରୁ ସସପେଣ୍ଡ ହେଲା ରୁଷ୍‌

କେନ୍ୟୁଜ୍(ବ୍ୟୁରୋ):  ରୁଷକୁ ଜାତିସଂଘରୁ ଲାଗିଲା ବଡ଼ ଝଟକା । ବୁଚା ନରସଂହାର ପରେ ଜାତିସଂଘ ମାନବାଧିକାର ପରିଷଦରୁ ସସପେଣ୍ଡ ହେଲା ରୁଷ୍‌ । ଜାତିସଂଘ ମାନବାଧିକାର ପରିଷଦରୁ ରୁଷକୁ ବାହାର କରିବା ପାଇଁ ପ୍ରସ୍ତାବ ଆଣିଥିଲେ ଆମେରିକା । ଭୋଟିଂରେ ପ୍ରସ୍ତାବ ସପକ୍ଷରେ ୯୩, ବିପକ୍ଷରେ ୨୪ ଭୋଟ୍‌ ପଡ଼ିଥିଲା । ବିରତ ରହିଥିଲେ ଭାରତ ସମେତ ୫୮ ସଦସ୍ୟ ରାଷ୍ଟ୍ର । ଜାତିସଂଘ ସାଧାରଣ ପରିଷଦରେ ୧୯୩ ସଦସ୍ୟ ଦେଶ ରହିଛନ୍ତି ।

ଜାତିସଂଘ ସାଧାରଣ ପରିଷଦ ସଦସ୍ୟ ମାନବାଧିକାର ପରିଷଦ ପାଇଁ ସଦସ୍ୟ ନିର୍ବାଚିତ କରିଥାନ୍ତି । ଶେଷ ଥର ପାଇଁ ୨୦୧୧ରେ ମାନବାଧିକାର ଉଲ୍ଲଘଂନ ଅଭିଯୋଗରେ ଲିବିଆକୁ ମାନବାଧିକାର ପରିଷଦରୁ ହଟାଇ ଦିଆଯାଇଥିଲା । ଏବେ ବୁଚା ନରସଂହାର ଘଟଣା ସାରା ବିଶ୍ୱକୁ ବିଚଳିତ କରୁଛି । ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶ ରୁଷକୁ ଦାୟୀ କରୁଛନ୍ତି । ଯାହାକୁ କ୍ରେମଲିନ ଖଣ୍ଡନ କରି ଆସୁଛି । ଆମେରିକା କିନ୍ତୁ ଜାତିସଂଘ ମାନବାଧିକାର ପରିଷଦରୁ ରୁଷକୁ ହଟାଇବାକୁ ଆରମ୍ଭ କରିଥିଲା ପ୍ରୟାସ । ଆମେରିକାର ଯୁକ୍ତି, ମାନବଧିକାର ନେଇ ରୁଷ ଉତ୍ତରଦାୟୀ ରହିବା ଦରକାର । ସେପଟେ ରୁଷ ଚେତାଇ ଦେଇଛି ଯେଉଁମାନେ ଆମେରିକା ପ୍ରସ୍ତାବକୁ ସମର୍ଥନ କରି ଭୋଟ ଦେବେ କିମ୍ବା ଭୋଟ ଦାନରୁ ବିରତ ରହିବେ ସେମାନେ ରୁଷର ବନ୍ଧୁ ନୁହନ୍ତି ବୋଲି ଗ୍ରହଣ କରାଯିବ । ସେହି ଦେଶଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିଚାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.