Below header

ଇମ୍ରାନ ଖାଁଙ୍କୁ ଝଟ୍‌କା: ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଲେ ପାକିସ୍ତାନ ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ଇମ୍ରାନ ଖାନ୍‌ଙ୍କୁ ଝଟ୍‌କା । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଲେ ପାକିସ୍ତାନ ସୁପ୍ରିମକୋର୍ଟ । ପୁଣି ଥରେ ଇମ୍ରାନ ଅନାସ୍ଥା ଭୋଟର ସାମ୍ନା କରିବେ। ଏଥିସହ ରାଷ୍ଟ୍ରପତି ଦେଇଥିବା ସାନି ନିର୍ବାଚନ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରି ଦେଇଥିଲେ ପାକିସ୍ତାନ ଉପବାଚସ୍ପତି। ଏହା ପରେ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ ପ୍ରଧାନମନ୍ତ୍ରୀ।

ସୁପାରିସ ଗ୍ରହଣ କରି ସଂସଦ ଭଙ୍ଗ କରିବା ସହ ୩ ମାସ ଭିତରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି । ଅନାସ୍ଥା ପ୍ରସ୍ତାବ ଖାରଜକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିରୋଧୀ । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଗୃହ କାର୍ଯ୍ୟର ଭିଡିଓ ମାଗିଥିଲେ ଖଣ୍ଡପୀଠ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଗ୍ରହଣ କରିବେ ବୋଲି ରାୟ ଆସିବା ପୂର୍ବରୁ କହିଥିଲେ ଇମ୍ରାନ୍‌ ଖାନ୍‌ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.