ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା,  ଶେଷ ପର୍ଯ୍ୟାୟରେ ରଥକାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍): କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଥିଲା। ମାତ୍ର ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବେ ବାବା ଲିଙ୍ଗରାଜ।ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା। ବୁଧବାର ସଂଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଥିବା ଗୌରୀ କଲ୍ୟାଣ ମଣ୍ଡପରେ କମିଶନରେଟ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ, ଟ୍ରାଫିକ ଡିସିପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ପୋରେଟର ଉପସ୍ଥିତ ଥିଲେ ।

କିପରି ସୁରୁଖୁରରେ ରୁକୁଣା ରଥ ଅନୁଷ୍ଟିତ ହେବ ତାହା ଉପରେ ଆଲୋଚନା ହୋଇଥିଲା । ରୁକୁଣା ରଥ ଲାଗି ରଥ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଆଜି ରଥରେ ଭାରି ପଟା ଲଗାଯିବା ସହ ଦୁଆର ଆଡା ଲଗାଯାଇଛି । ସେହିପରି ସାଇଡ ପଟା, ବେଦୀ ପଟା, ଧ୍ୱଜ ବନ୍ଧା, ଘଂଟି ଓରା, ଦୁଇ ଦୁଆର ଆଡାରେ ୨ଟି ଓଁ ଆକାରରେ ଚିହ୍ନ ଲଗାଯିବ । କାରିଗର ମାନେ ଆଜି ରାତି ବିଳମ୍ବିତ ରାତି ଯାଏ ରଥ କାମ କରି କାଲି ଭିତରେ ଶେଷ କରିବେ ବୋଲି ରୁକୁଣା ରଥ ର ମୁଖ୍ୟ ମହାରଣା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.