Below header

ନାବାଳକ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଯୁବକକୁ ୨୫ ବର୍ଷ ଜେଲ ଦଣ୍ଡ ଦେଲେ ଜୟପୁର ଫାଷ୍ଟଟ୍ରାକ କୋର୍ଟ

ଜୟପୁର (କେନ୍ୟୁଜ୍): କୋରାପୁଟ ଭଳି ଜିଲ୍ଲାରେ ସମଲିଙ୍ଗି ତଥା ଅପ୍ରାକୃତିକ ଯୌନ ସମ୍ପର୍କ ଭଳି ଏକ ମାମଲାରେ ଜୟପୁର ଫାଷ୍ଟଟ୍ରାକ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ୨୦୧୯ରେ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଘାଣ୍ଟିଆଗୁଡାରେ  ଜଣେ ନାବାଳକଙ୍କୁ ପ୍ରଲୋଭନ ଦେଖାଇ ଓ ଭୟଭୀତ କରି ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଜଣେ ଯୁବକ ।

ଘଟଣାରେ ଆଇପିସିର ଧାରା 377,323,506 ଓ ପୋକ୍ସୋ ଆଇନ ଧାରା ୬ ଅନୁସାରେ ୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଭିତ୍ତି କରି ଜୟପୁର ଫାଷ୍ଟଟ୍ରାକ କୋର୍ଟ ଜଜ୍ ଶ୍ରୀ ପ୍ରଦୀପ କୁମାର ଶାସମଲ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସୁବାସ ବଡନାୟକଙ୍କୁ ଆର୍ଥିକ ଜୋରିମାନା  ୩୦,୫୦୦ଟଙ୍କା ସହ ୨୫ ବର୍ଷ ଛମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।

 ତେବେଘଟଣାରେ ପୀଡିତ ନାବାଳକଙ୍କୁ ପୂର୍ବରୁ ଆନ୍ତରିଣ ଅନୁକମ୍ପା ରାଶି ୧ ଲକ୍ଷ ୫୦ ହଜାର ଦିଆଯାଇଥିବା ବେଳେ ବର୍ତ୍ତମାନ ଅତିରିକ୍ତ ୧ ଲକ୍ଷ ୫୦ ହଜାର ଅର୍ଥରାଶି ଯୋଗାଇଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ମାନ୍ଯବର ଅଦାଲତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସରକାରୀ ପୋସ୍କୋ ଆଇନଜୀବୀ ଡକ୍ଟର ଗାୟତ୍ରୀ ଦେବୀ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.